ଛତିଶଗଡ଼ ସରକାର ଆପଣେଇଲେ ନୂଆ ପଢା ଶୈଳୀ, ଏଣିକି ଲାଉଡ଼ ସ୍ପିକର ଜରିଆରେ ପଢ଼ାଯିବ ପାଠ

ଗାଁର ପାଠ୍ୟକ୍ରମ ଶୈଳୀକୁ ଅନୁକରଣ କଲେ ରାଜ୍ୟ ସରକାର । ଖୁବ ଶୀଘ୍ର ଛତିଶଗଡ଼ ସରକାର ଆରମ୍ଭ  କରିବାକୁ ଯାଉଛନ୍ତି ଲାଉଡ଼ ସ୍ପିକର ପାଠ୍ୟକ୍ରମ । ମାଲକାନଗିରି ଜିଲ୍ଲା ସୀମାନ୍ତ ଅଂଚଳ ଛତିଶଗଡ଼ର ମାଓ ପ୍ରବଣ ବସ୍ତର ଜିଲ୍ଲାର ଭିନ୍ନ ଧରଣର ପାଠ୍ୟକ୍ରମ ଶୈଳୀ ରାଜ୍ୟ ସରକାରଙ୍କୁ ନୁଆ ପାଠ୍ୟକ୍ରମ ପାଈଁ ଖୋରାକ ଯୋଗାଇଛି। ସୂଚନା ଅନୁଯାୟୀ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫ଟି ବିଭାଗର ଲାଉଡ ସ୍ପିକର ସହିତ ଅଧ୍ୟୟନ କରିବେ ବୋଲି ଜଣାଯାଇଛି । ଏହା ସହ ରାଜ୍ୟର ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭଟପାଲି ଗାଁରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହି ନୂଆ ଶୈଳୀ ପାଠ୍ୟକ୍ରମ ବସ୍ତର ଜିଲ୍ଲାର ଭଟପାଲ ଗାଁରେ ଆରମ୍ଭ ହେବ ।

chatishagarh new

ଅଗଷ୍ଟ ୧୫ରେ ଭଟପାଲ ପଞ୍ଚାୟତରୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ “ଆମୋ ବସ୍ତର ରେଡିଓ ଲାଉଣ୍ଡ ସ୍ପିକର”ରୁ ଅଧ୍ୟୟନ ଆରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ରାଜ୍ୟର ୫ଟି ବିଭାଗରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଏ ନେଇ ସେ ପ୍ରଥମେ ଗାଁର ସମସ୍ତ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସହିତ ସବୁ ସ୍ତରର ମୂଲ୍ୟାଙ୍କନ ମଧ୍ୟ କରିଥିଲେ। ପିଲା ମାନଙ୍କ ଅଭିଭାବକ ମାନଙ୍କ ସହିତ ମଧ୍ୟ ଏବାବଦରେ ଆଲୋଚନା କରିଥିଲେ । ବର୍ତ୍ତମାନ ଜାରି ରହିଥିବା କୋଭିଡ କୋଭିଡ ପରିସ୍ଥିତିରେ ଦେଶର ବିଦ୍ୟାଳୟ ଗୁଡିକୁ କେବେ ଖୋଲାଯିବ ସେନେଇ ଏଯାବତ ସ୍ପଷ୍ଟ ହୋଇନଥିବା ବେଳେ ଏହା କିନ୍ତୁ ପିଲାଙ୍କ ପାଠପଢା ଉପରେ ଗଭୀର ପ୍ରଭାବ ପକାଇଛି ।

ବସ୍ତର କଲେକ୍ଟର ରାଜତ ବନଶଲ ଭଟପାଲର ପ୍ରତିନିଧୀଙ୍କ ସାମ୍ନାରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକୁ ଗ୍ରାମର ମୁଖ୍ୟ ଶ୍ରୀମତୀ ରିୟୋ ନାରାୟଣ କାଶ୍ୟପ କାର୍ଯ୍ୟକାରୀ କରିଥିଲେ। ପିଲାମାନେ ବକ୍ତାମାନଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସହିତ ଗ୍ରାମବାସୀ କୋଭିଡ ୧୯, ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ, କୃଷି ଏବଂ ଅନ୍ୟାନ୍ୟ ସୂଚନା ମଧ୍ୟ ପାଇ ପାରୁଛନ୍ତି । ଏହି ନୂଆ ପାଠପଢ଼ା ଶୈଳୀ ପିଲାଙ୍କୁ ମନେରଖିବାରେ ବେଶ ସହାୟକ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.