ଛତିଶଗଡ଼ରେ ସରିଲା ଭୋଟ୍‌ ଗ୍ରହଣ, ଏବେ ଫଳାଫଳକୁ ଅପେକ୍ଷା

RAMAN SINGH

ରାୟପୁର : ଛତିଶଗଡ଼ରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ବିଧାନସଭା ଆସନ ପାଇଁ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ ୭୨ ପ୍ରତିଶତ ଭୋଟ୍‌ ଗ୍ରହଣ ହୋଇଥିବା ସୂଚନା ମିଳିଛି । ନାଭମ୍ବର ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ସିଟ୍‌ ପାଇଁ ହୋଇଥିବା ଭୋଟ୍‌ ଗ୍ରହଣରେ ୭୧ ପ୍ରତିଶତ ମତଦାନ ହୋଇଥିଲା । ୨୦୧୩ରେ ଦ୍ୱିତୀୟ ପର୍ଯ୍ୟାୟର ୭୨ଟି ସିଟ୍‌ରେ ୭୫.୬୭ ପ୍ରତିଶତ ମତଦାନ ହୋଇଥିଲା । ତେବେ ଆଜି କୌଣସି ସ୍ଥାନରେ ନିର୍ବାଚନୀ ହିଂସାର ଖବର ଆସି ନାହିଁ । ଶାନ୍ତି ଶୃଙ୍ଖଳାରେ ଭୋଟ୍‌ ଗ୍ରହଣ ସରିଥିବା ଜଣାପଡ଼ିଛି ।

EVM
ତେବେ ଆଜି ପ୍ରାୟ ୫୦ ପ୍ରତିଶତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଇଭିଏମ୍‌ରେ ସମସ୍ୟା ଦେଖା ଦେଇଥିଲା । ଯେଉଁଥିପାଇଁ ଭୋଟରଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା । ସେପଟେ କଂଗ୍ରେସ ନେତା ପିଏଲ୍‌ ପୁନିୟାଙ୍କ ନେତୃତ୍ୱରେ ଏକ ଟିମ୍‌ ଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନରେ ଇଭିଏମ୍‌ରେ ଏପାଖ ସେପାଖ କରାଯାଇଥିବା ଅଭିଯୋଗ କରିଛନ୍ତି । ଆସନ୍ତା ଡିସେମ୍ବର ୧୧ ତାରିଖରେ ଭୋଟ୍‌ ଗଣତ ହୋଇ ଫଳାଫଳ ପ୍ରକାଶ ପାଇବ । ଏଥିରେ ୯ ଜଣ ମନ୍ତ୍ରୀଙ୍କ ଭାଗ୍ୟର ଫଇସଲା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.