ଲୁଚି ଲୁଚି ଶିକାର ଶିଖୁଛି ଚିତା ଶାବକ, ଦେଖନ୍ତୁ କ୍ୟୁଟ୍‌ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଲୋକମାନେ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଏଣୁ ଲୋକେ ଉତ୍ସାହିତ ହୋଇ ଏଭଳି ଜୀବଜନ୍ତୁଙ୍କ ଭିଡିଓ ସେୟାର କରିଥାନ୍ତି। ନିକଟରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଭିଡିଓରେ ଚିତା ଶାବକ ଶିକାର କରିବା ଶିଖୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଥରେ ଯିଏ ଦେଖିବ ସେ ନିଶ୍ଚୟ ଆଉ ଥରେ ଦେଖିବାକୁ ଇଚ୍ଛା କରିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

ଦେଖନ୍ତୁ ଭିଡିଓ:

ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଚିତା ଛୁଆର ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓଟି ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଚିତା ଶାବକଟି ଖୁବ୍‌ ଛୋଟ ବେଳୁ ଶିକାର କରିବା ଶିଖୁଛି। ଶିକାର କରିବା କଳାରେ ମାହିର ହେବା ପାଇଁ ସେ ଚେଷ୍ଟା ଚଳାଇଛି।’

ସୋସିଆଲ ମିଡିଆରେ ଭିଡିଓଟି ସେୟାର ହେବା ପରେ ଲୋକମାନେ ଏହାକୁ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ୟୁଟ୍‌ ଭିଡିଓକୁ ୨ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ତେବେ ଜୀବଜନ୍ତୁଙ୍କର ଏଭଳି ଭିଡିଓକୁ ଖୁବ୍‌ ନ୍ୟାଚୁରାଲ ବୋଲି କହିଛନ୍ତି କିଛି ୟୁଜର।