ବାଘଙ୍କୁ ଦେଖିବା ପାଇଁ କ୍ୟାମେରା ଧରି ଜଙ୍ଗଲରେ ପହଞ୍ଚିଲେ ମୋଦି, କହିଲେ ‘ଚିତା ଫେରିବା ଭାରତ ପାଇଁ ଏକ ବଡ଼ ଉପହାର’

ନୂଆଦିଲ୍ଲୀ : କୁନୋ ଜାତୀୟ ଉଦ୍ୟାନରେ ୮ ଚିତା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଗଲା ଚିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ, ୮ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଛି। ‘ପ୍ରୋଜେକ୍ଟ ଚିତା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ମୋଦି କହିଛନ୍ତି ‘ଚିତା ଫେରିବା ଭାରତ ପାଇଁ ଏକ ବଡ଼ ଉପହାର’।

ଚିତାଙ୍କୁ ଛାଡ଼ିବା ସହ ନାମିବିୟା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି “ ଏହି ଐତିହାସିକ ଦିନରେ ମୁଁ ସବୁ ଭାରତୀୟଙ୍କୁ ବଧେଇ ଜଣାଇବା ସହ ନାମିବିୟା ସରକାରଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କର ସହଯୋଗ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା”

ମୋଦି ଆହୁରି ମଧ୍ୟ କହିଛନ୍ତି “ କୁନୋ ନ୍ୟାସ୍‌ନାଲ ପାର୍କରେ ଚିତାକୁ ଦେଖିବା ପାଇଁ ଲୋକଙ୍କୁ ଆଉଟିକେ ଧୌର୍ଯ୍ୟ ଧରିବାକୁ ପଡ଼ିବ। ଏହି ଚିତାମାନେ ଆମର ଅତିଥି ହୋଇ ଆସିଛନ୍ତି। ଏହି ଏରିଆ ତାଙ୍କ ପାଇଁ ଅଜଣା। କୁନୋ ପାର୍କକୁ ସେମାନଙ୍କ ଘର ବନାଇବାକୁ ହେଲେ ଆମକୁ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।”

ନାମିବିଆରୁ ସ୍ୱତନ୍ତ୍ର ବିମାନରେ ଆସି ଗ୍ଵାଲିୟରରେ ପହଞ୍ଚିଥିଲେ। ସେଠାରୁ କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇଥିଲା। ୫ଟି ମାଇ ଓ ତିନିଟି ଅଣ୍ଡିରା ଚିତା ଆସିଛନ୍ତି । ଦୁଇଟି ଅଣ୍ଡିରା ବାଘର ବୟସ ସାଢ଼େ ୫ ବର୍ଷ ଥିବା ବେଳେ ଆଉ ଜଣଙ୍କ ବୟସ ସଢେ ୪ ବର୍ଷ । ମାଇ ଚିତାଙ୍କ ମଧ୍ୟରୁ ୨ଟିର ବୟସ ୫ ବର୍ଷ, ଆଉ ଦୁଇଟିର ବୟସ ଅଢେଇରୁ ୪ ବର୍ଷ ଏବଂ ସବୁଠୁ କନିଷ୍ଠ ଚିତାର ବୟସ ଦୁଇ ବର୍ଷ । ଏମାନଙ୍କୁ ମାସେ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯିବ । ଏହା ପରେ ସେମାନଙ୍କୁ ୬ ବର୍ଗ କିଲୋମିଟର ଅଂଚଳର ବଡ଼ ଏନ୍‌କ୍ଲୋଜରରେ ରଖାଯିବ । ଯେଉଁଠି ଚିତାମାନେ ନିଜେ ଶିକାର କରି ଖାଇବେ । ଚିତାଙ୍କ ଲାଗି ଏନ୍‌କ୍ଲୋଜର ଭିତରେ ହରିଣ ରଖାଯାଇଛି । ୭୦ ବର୍ଷ ପରେ ଭାରତରେ ଦେଖିବାକୁ ମିଳିଲା ଚିତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.