ସ୍ତ୍ରୀ ବେକରୁ ମଙ୍ଗଳସୂତ୍ର କାଢିବା ସ୍ୱାମୀଙ୍କ ପ୍ରତି ମାନସିକ କ୍ରୁରତାର ପରାକାଷ୍ଠା: ମାଡ୍ରାସ ହାଇକୋର୍ଟ

ସ୍ୱାମୀ ଠାରୁ ଅଲଗା ରହୁଥିବା ସ୍ତ୍ରୀ ବେକରେ ମଙ୍ଗଳସୂତ୍ର ନ ପିନ୍ଧିବା ସ୍ୱାମୀଙ୍କ ପାଇଁ ମାନସିକ କ୍ରୁରତା ବୋଲି କହି ମାଡ୍ରାସ ହାଇକୋର୍ଟ ଏକ ଛାଡପତ୍ର ମାମଲାରେ ଏକ ଶୁଣାଣି କରିଛନ୍ତି। ଆଉ କୋର୍ଟ ସ୍ୱାମୀ କରିଥିବା ଛାଡପତ୍ରକୁ ସ୍ୱୀକୃତି ମଧ୍ୟ ଦେଇଛନ୍ତି।

ଚେନ୍ନାଇର ଇରୋଡ ସ୍ଥିତି ଏକ ମେଡିକାଲ କଲେଜରେ ଜଣେ ପ୍ରଫେସର ଭାବେ କାମ କରୁଥିବା ସି. ଶିବକୁମାର ଲୋକାଲ ଫ୍ୟାମିଲ କୋର୍ଟଙ୍କ ଆଦେଶ ବିପକ୍ଷରେ ଯାଇ ଉଚ୍ଚ ନ୍ୟାୟାଳୟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ପୂର୍ବରୁ ଫ୍ୟାମିଲ କୋର୍ଟରେ ଛାଡପତ୍ର ପାଇଁ ମନା କରାଯାଇଥିଲା।

ଏହି ମାମଲାର ଶୁଣାଣି କରି ଜଷ୍ଟିସ ବି.ଏମ ବେଲୁମଣି ଏବଂ ଜଷ୍ଟିସ ଏସ ସୌଥର ଖଣ୍ଡପୀଠ କହିଛନ୍ତି, ମହିଳାଙ୍କୁ ଯେତେବେଳେ ପଚରାଯାଥିଲା, ଆଉ ମହିଳା ଜଣକ ସ୍ୱାମୀଙ୍କ ଠାରୁ ଅଲଗା ଥିବା ସମୟରେ ମଙ୍ଗଳସୂତ୍ରକୁ କାଢିଦେଇଥିଲେ। ଆଉ ବ୍ୟାଙ୍କ ଲକରରେ ରଖିଦେଇଥିଲେ।

ଏହାକୁ ନେଇ ଅଦାଲତ କହିଛନ୍ତି, କୌଣସି ହିନ୍ଦୁ ମହିଳାଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧିବା ଏକ ପବିତ୍ର ଜିନିଷ। ବିବାହିତାଙ୍କ ଜୀବନରେ ମଙ୍ଗଳସୂତ୍ରର ମହତ୍ତ୍ୱ ଅଧିକ ତେଣୁ ଏହାକୁ କେବଳ ସ୍ୱାମୀଙ୍କ ମୃତ୍ୟୁ ପରେ ବେକରୁ ହଟାଯିବା ଉଚିତ। ତେଣୁ ସ୍ୱାମୀ ଜୀବିତ ଥାଇ ସ୍ତ୍ରୀ ମଙ୍ଗଳସୂତ୍ର କାଢିବା ସ୍ୱାମୀ ପ୍ରତି ମାନସିକ କ୍ରୁରତା ବୋଲି କୁହାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.