ଚର୍ଚ୍ଚାରେ ମହିଳା ଇନିସପେକ୍ଟର ରାଜେଶ୍ୱରୀ: ଅଚେତ ଯୁବକଙ୍କୁ କାନ୍ଧରେ ବୋହି ପଠାଇଲେ ଚିକିତ୍ସା ପାଇଁ, ଭିଡିଓ ଭାଇରାଲ୍

ଚେନ୍ନାଇ: ଲେଡି ଇନିସପେକ୍ଟରଙ୍କ ସାହସିକତା। ଚେନ୍ନାଇରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ବେଳେ ଚର୍ଚ୍ଚାରେ ଜଣେ ମହିଳା ଇନିସପେକ୍ଟର । ଅଚେତ ଯୁବକଙ୍କୁ କାନ୍ଧରେ ବୋହି ଚିକିତ୍ସା ପାଇଁ ଅଟୋରେ ପଠାଇଲେ ଟିପି ଚାତ୍ରମ୍‌ ପୋଲିସ ଷ୍ଟେସନ୍‌ର ଇନିସପେକ୍ଟର ରାଜେଶ୍ୱରୀ ।

ଜଣେ ଯୁବକଙ୍କୁ ସେ କାନ୍ଧରେ ବୋହି ନେଉଥିବାର ଦେଖିବାକୁ ମିଳିଛି । ଏହି ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ରାଜେଶ୍ୱରୀ । ନିଜ କାନ୍ଧରେ ବୋହି ଅଟୋ ପାଖକୁ ଆଣିଥିଲେ ।

video courtesy: ANI

ଆଉ ଅଟୋରେ ମେଡିକାଲ ପଠାଇଥିଲେ । ନିଜେ ଯାଇ ତାଙ୍କ ପରିବାରକୁ ବି ଭେଟିଥିଲେ । ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ତେବେ ରାଜେଶ୍ୱରୀଙ୍କ ଏପରି ସାହସିକତା ପାଇଁ ତାଙ୍କ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ସମ୍ମାନିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.