ଚେର୍ଣ୍ଣୋବିଲ୍ ପରମାଣୁ ରିଆକ୍ଟର ସୁରକ୍ଷା ନେଇ ଚିନ୍ତା ବଢିଲା, ଡାଟା ପାଇପାରୁନି IAEA

ଚେର୍ଣ୍ଣୋବିଲ୍ ପରମାଣୁ ରିଆକ୍ଟର ସୁରକ୍ଷା ନେଇ ଚିନ୍ତା ବଢିଲା। ଚେର୍ଣ୍ଣୋବିଲ୍ ସୁରକ୍ଷା ତଥ୍ୟ ଇଣ୍ଟରନ୍ୟାସନାଲ ଆଟୋମିକ ଏନର୍ଜି ଏଜେନ୍ସିରୁ ବିଚ୍ଛିନ୍ନ ହୋଇଛି । ଚେର୍ଣ୍ଣୋବିଲ୍ ଡାଟା ପାଇପାରୁନି IAEA । ଏ ନେଇ IAEA ମୁଖ୍ୟ ରାଫେଲ ଗ୍ରୋସି ସୂଚନା ଦେଇଛନ୍ତି ।
ଫେବ୍ରୁଆରୀ ୨୪ରୁ ଚେର୍ଣ୍ଣୋବିଲ୍ ଆଣବିକ ରିଆକ୍ଟର ରୁଷ ସେନା କବ୍ଜାରେ ରହିଛି। ଚେର୍ଣ୍ଣୋବିଲ୍ ସେହି ସ୍ଥାନ ଯେଉଁଠି ୧୯୮୬ରେ ବିଶ୍ୱର ସବୁଠାରୁ ବଡ଼ ଆଣବିକ ଦୁର୍ଘଟଣା ହୋଇଥିଲା। ସେହିସ୍ଥାନରେ ଫେବ୍ରୁଆରୀ ୨୪ରୁ ପ୍ରାୟ ୨୦୦ ଟେକ୍ନିକାଲ ଷ୍ଟାଫ୍ ଓ ଗାର୍ଡ ଫସି ରହିଛନ୍ତି। ୟୁକ୍ରେନରେ ୧୮ଟି ନ୍ୟୁକ୍ଲିର ପାୱାର ପ୍ଲାଣ୍ଟ ରହିଛି। ସେଥିରୁ ୧୫ଟି କାର୍ଯ୍ୟକ୍ଷମ। ଯୁଦ୍ଧରେ ୟୁକ୍ରେନରେ ଥିବା ଆଣବିକ ଅନୁଷ୍ଠାନ ପ୍ରତି ବିପଦ ରହିଛି।
ଆଣବିକ ସୁରକ୍ଷା ସହ ୟୁକ୍ରେନର ସୁରକ୍ଷା ନେଇ ଆଇଏଇଏ ତତ୍ପରତା ପ୍ରକାଶ କରିଛି। ନିଜେ ଆଇଏଇଏ ମୁଖ୍ୟ ଚେର୍ନୋବିଲି ଯାଇ ଉଭୟ ରୁଷ ଓ ୟୁକ୍ରେନ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି।