ଚେତନ ଭଗତ କହିଲେ, ‘ଇଣ୍ଟରନେଟ୍‌ ଯୁବପିଢ଼ିଙ୍କୁ ବିଗାଡ଼ି ଦେଇଛି, ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଫଟୋ ଦେଖୁଛନ୍ତି ୟୁଥ୍‌’…

ଜଣାଶୁଣା ଲେଖକ ଚେତନ ଭଗତ ଦେଶର ଯୁବପିଢ଼ିଙ୍କୁ ନେଇ ବିବୃତ୍ତି ଦେଇଛନ୍ତି। ତାଙ୍କ କହିବା ହେଲା, ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ରିଲ୍ସ ଯୋଗୁ ଯୁବପିଢ଼ି ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ରହୁଛନ୍ତି। ଏହି ସମୟରେ ସେ ଉର୍ଫି ଜାଭେଦଙ୍କୁ ନେଇ ମଧ୍ୟ ଟିପ୍ପଣୀ ଦେଇଥିଲେ, ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଚେତନ ଭଗତ କହିଛନ୍ତି ଯେ ଲୋକେ ରାତିରେ ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଭିଡିଓ ଦେଖୁଛନ୍ତି।

ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ଚେତନ ଭଗତ ଆଜିକା ଯୁଗରେ ଫୋନ, ସୋସିଆଲ ମିଡିଆର ବ୍ୟବହାର ବିଷୟରେ କହିଥିଲେ। ତାଙ୍କ କହିବା ହେଲା, ଭାରତର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ମୋବାଇଲ ଏବଂ ଇଣ୍ଟରନେଟ୍‌ରେ ସମୟ ବର୍ବାଦ କରୁଛନ୍ତି।

ଚେତନ ଭଗତ କହିଥିଲେ କି, ‘ଯେବେ ମୁଁ ବହି ଲେଖିବା ଆରମ୍ଭ କରିଥିଲି, ତ ଏକ ଅଲଗା ଭାରତ ଥିଲା। କୌଣସି ସ୍ମାର୍ଟଫୋନ ନ ଥିଲା, ଡାଟା ନ ଥିଲା। ଡାଟା କ’ଣ, ତାହା ଜଣା ନ ଥିଲା। ମୋବାଇଲ ଫୋନ ବି ଅଳ୍ପ ଆସିବା ଆରମ୍ଭ ହୋଇଥିଲା, ୩୦ ଟଙ୍କା/ପ୍ରତି ମିନିଟ୍‌। ମନୋରଞ୍ଜନର ଅଭାବ ଥିଲା, େଓ୍ଵବ୍‌ ପ୍ଲାଟଫର୍ମ, ଇନ୍‌ଷ୍ଟାଗ୍ରାମ ରିଲ୍ସ ଭଳି କିଛି ବି ନ ଥିଲା। ଲୋକଙ୍କ ପାଖରେ ଇଣ୍ଡିଆର ଷ୍ଟୋରୀ ନ ଥିଲା। ପୁଣି ମୁଁ ତାହା ଲେଖିବା ଆରମ୍ଭ କଲି, ସେତେବେଳେ ସେହି ଷ୍ଟୋରୀ ଚାଲିଲା’।

ଏହି କଥାକୁ ଜାରି ରଖି ଚେତନ ଭଗତ କହିଥିଲେ, ଉର୍ଫି ଜାଭେଦଙ୍କ ଫଟୋ, କ’ଣ କୋର୍ସରେ ଆସିବ? ଚାକିରି ଇଣ୍ଟରଭ୍ୟୁରେ ଯାଇ କହିବ କି, ସାର୍‌ ମୋତେ ଉର୍ଫି ଜାଭେଦଙ୍କ ସବୁ ଡ୍ରେସ୍‌ ମନେ ଅଛି। ଏହା କ’ଣ ହେଉଛି କି, ଜିନିଷଗୁଡ଼ିକ ଧ୍ୟାନ ଆକର୍ଷଣ କରୁଛି। ସେହି ବିଚାରିର ଭୁଲ୍‌ ନାହିଁ, ସେ ନିଜ କାମ କରୁଛି। ନିଜ କ୍ୟାରିୟର ଗଢ଼ୁଛି। ଏମିତି ଆହୁରି ୫୦ ଅଛନ୍ତି। ଭାରତର ଜଣେ ଯବାନ ସିଏ, ଯିଏ କାର୍ଗିଲରେ ବରଫରେ ବସି ଏବେ ଦେଶକୁ ରକ୍ଷା କରୁଛି। ଆଉ ଆମର ୟୁଥ୍‌, ଯିଏ ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଫଟୋ ଦେଖୁଛି’।