ଛତିଶଗଡ଼ରେ ବିଜେପିର ବାଜିମାତ୍, ୧୧ଟି ଲୋକସଭା ଆସନରୁ ୯ଟି ରେ ବିଜୟୀ

ଛତିଶଗଡ଼: ଛତିଶଗଡ଼ରେ ବିଜେପି ୧୧ଟି ଲୋକସଭା ଆସନରୁ ୯ ଟି ଆସନରେ ନିର୍ବାଚନ ଜିତିଛି। ଅନ୍ୟପକ୍ଷେ କଂଗ୍ରେସକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୨୦୧୪ରେ ବିଜେପି ଛତିଶଗଡ଼ରେ ୧୧ଟିରୁ ୧୦ଟି ଆସନରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷେ କଂଗ୍ରେସ ଗତ ବିଧାନସଭା ନିର୍ବା‌ଚନରେ ଛତିଶଗଡ଼ର ୯୦ ବିଧାନସଭା ଆସନରୁ ୬୮ଟିରେ ବିଜୟ ହାସଲ କରିଥିବାବେଳେ ଏଥର ଶୋଚନୀୟ ପରାଜୟ ବରଣ କରିଛି। ତେବେ ବିଧାନସଭା ନିର୍ବାଚନର ପରାଜୟରୁ ଶିକ୍ଷା ଗ୍ରହଣ କରି ବିଜେପି ଚଳିତ ଲୋକସଭା ନିର୍ବାଚନରେ ସବୁ ଆସନରେ ନୂ୍ଆ ପ୍ରାର୍ଥୀ ଦେଇଥିଲା। ସମସ୍ତ ଲୋକସଭା ଆସନରେ ବିଜେପି ଏହାର ପ୍ରାର୍ଥୀ ବଦଳାଇଥିବାରୁ ବିଜେପି ପାଇଁ ବିଜୟ ହାସଲ କରିବା ସହଜ ହୋଇଛି ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.