ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍ , ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମତେ ୧୯୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍

ଛତିଶଗଡ଼ : ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍ । ମୋଟ୍ ୭୦ ପ୍ରତିଶତ ମତଦାନ ହୋଇଛି । ଇଭିଏମ୍ରେ ସିଲ୍ ହୋଇଛି ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ୧୯୦ ପ୍ରାର୍ଥୀଙ୍କ ଭାଗ୍ୟ । ଛତିଶଗଡ଼ର ୯୦ ବିଧାନସଭା ଆସନ ଭିତରୁ ଆଜି ପ୍ରଥମ ପର୍ଯ୍ୟାୟରେ ନକ୍ସଲ ଅଧ୍ୟୁଷିତ ୮ଟି ଜିଲ୍ଲାର ୧୮ଟି ଆସନ ପାଇଁ ଭୋଟିଂ ନିଆଯାଇଥିଲା । ୧୦ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇ ଭୋଟିଂ ଦିନ ୩ ପର୍ଯ୍ୟନ୍ତ ଚାଲିଥିଲା । ଅନ୍ୟ ୮ଟି ବିଧାନସଭା କ୍ଷେତ୍ରରେ ୮ଟାରୁ ଭୋଟିଂ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିଥିଲା । କଡ଼ା ସୁରକ୍ଷା ଭିତରେ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ନ୍ତି ୩୧ଲକ୍ଷରୁ ଅଧିକ ଭୋଟର୍ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ନିୟୋଜିତ ହୋଇଥିଲେ ଦେଢ଼ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ।