ଟଳିଲା ବଡ଼ ବିମାନ ଦୁର୍ଘଟଣା, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜେଟ୍ ସହିତ ଧକ୍କା ହେବାରୁ ବର୍ତ୍ତିଲା ବିମାନ

ଟଳିଲା ବଡ଼ ବିମାନ ଦୁର୍ଘଟଣା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରନୱେରେ ଅନ୍ୟ ଏକ ଜେଟ୍ ସହ ଧକ୍କା ହେବାରୁ ବର୍ତ୍ତିଲା ବିମାନ । ଚିକାଗୋ ମିଡୱେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ । ମଙ୍ଗଳବାର ସାଉଥୱେଷ୍ଟ ଏୟାରଲାଇନ୍ସର ଗୋଟିଏ ବିମାନର ଲ୍ୟାଣ୍ଡିଂକୁ ଶେଷ ମୁହୁର୍ତ୍ତରେ ରୋକିଦେଲେ ପାଇଲଟ ।
ଖବର ମୁତାବକ, ବିମାନଟି ରନୱେରେ ଅବତରଣ କରିବା ପାଇଁ ଅନୁମତି ମିଳିଥିଲା । ହେଲେ ସେହି ରନୱେକୁ ଆଉ ଏକ ପ୍ରାଇଭେଟ ବିମାନ ବିନା ଅନୁମତିରେ ପ୍ରବେଶ କରିଥିଲା । ତେଣୁ ବିମାନକୁ ଉଡ଼ାଣ ଭରିବାକୁ ପାଇଲଟଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ରନୱେରେ ଥିବା ଅନ୍ୟ ଏକ ପ୍ରାଇଭେଟ ଜେଟ ସହ ଦୁର୍ଘଟଣାଗ୍ରସ୍ତ ହୋଇଥାଆନ୍ତା ।
INCIDENT: Southwest #WN2504 (Boeing 737-800 N8517F) in near miss 1448UTC/0848CST today @ Chicago/Midway as FlexJet #LXJ560 (Challenger 350) crosses Runway 31C.
ATC Audio (skip to 18min): https://t.co/e6OValtv39
MDW webcam & links: https://t.co/GzjpoMXwhL
(c) webcam host pic.twitter.com/IHqoie0rt3
— Airport Webcams (@AirportWebcams) February 25, 2025
ରନୱେ ଛୁଇଁବାର ମାତ୍ର କିଛି ସେକେଣ୍ଡ ପୂର୍ବରୁ ପୁଣି ଥରେ ବିମାନକୁ ନେଇ ଉଡାଣ ଭରିବାକୁ ପାଇଲଟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ସେହି ସମାନ ରନୱେରେ ହଠାତ ବିନା ଅନୁମତିରେ ଅନ୍ୟ ଏକ ପ୍ରାଇଭେଟ ଜେଟ୍ ପ୍ରବେଶ କରିଥିଲା । ଏହାପରେ ତୁରନ୍ତ ପାଇଲଟ ବିମାନର ଲ୍ୟାଣ୍ଡିଂକୁ ରୋକିଦେଲେ ଓ ରନୱେର ମାତ୍ର ୫୦ ଫୁଟ ଦୂରରୁ ପୁଣି ଥରେ ବିମାନକୁ ଉପରକୁ ଉଠାଇ ଉଡାଣ ଭରିଲେ । ଫଳର ପ୍ରାଇଭେଟ ଜେଟ୍ ସହ ବିମାନର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଲା ।
ତେବେ ଫେଡେରାଲ ଆଭିଏସନ ଆଡିମିନିଷ୍ଟ୍ରେସନ(FAA) ଏହି ଘଟଣାର ତଦନ୍ତ କରୁଛି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଗତ କିଛି ଦିନ ଭିତରେ ଆମେରିକାରେ ଅନେକ ବିମାନ ଦୁର୍ଘଟଣା ଘଟିଛି । ଏବେ ଚିକାଗୋ ଘଟଣା ପୁଣି ଥରେ ବିମାନ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Also Read :