କୁକୁଡ଼ାକୁ ଚିକେନ୍‌ ଲେଗ୍‌ ପିସ୍‌ ଦେଖାଇଲେ ବ୍ୟକ୍ତି, ମାତ୍ର ସେ କଲା କିଛି ଏମିତି ଯାହା ଦେଖି ଡରିଗଲେ ମାଲିକ, ଦେଖନ୍ତୁ ଭିଡିଓ

ପ୍ରତିଦିନ ଟିକ୍‌ଟକ୍‌ରେ ଏମିତି ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ, ଯାହା ସାଧାରଣ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। କିଛି ଭିଡିଓ ଆମକୁ ନୈତିକ ଶିକ୍ଷା ଦେଉଥିବା ବେଳେ ଆଉ କିଛି କେବଳ ମନ ଖୁସି କରିବା ଭଳି ହୋଇଥାଏ। ଏବେ ଟିକ୍‌ଟକ୍‌ରେ ଠିକ୍‌ ସେହିଭଳି ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ କୁକୁଡ଼ା ସାମ୍ନାରେ ଚିକେନ୍‌ ଲେଗ୍‌ ପିସ୍‌ ଆଣି ରଖିଥିଲେ। ତା’ପରେ କୁକୁଡ଼ା ଯେଉଁଭଳି ଭାବେ ରିଆକସନ୍‌ ଦେଇଛି ତାହା ୟୁଜର୍ସଙ୍କୁ ଖୁବ୍‌ ପସନ୍ଦ ଆସିଛି।

ଦେଖନ୍ତୁ ଭିଡିଓ:

@lukemil4just repulsive. ##fyp ##4u ##chicken ##cannibal ##animalseatanimals ##foryou ##foryoupage ##animals ##disgusting ##horrific♬ original sound – lukemil4

ଟିକ୍‌ଟକ୍‌ରେ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରାଯାଉଛି। ଭିଡିଓରେ ଜଣେ ବ୍ୟକ୍ତି ଏକ କୁକୁଡ଼ାକୁ ଚିକେନ୍‌ ଲେଗ୍‌ ପିସ୍‌ ଖାଇବାକୁ ଦେଉଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ଭାବେ କୁକୁଡ଼ା ତାହାକୁ ଖାଇବାକୁ ଲାଗୁଛି। ଏହା ଦେଖି ବ୍ୟକ୍ତି ଜଣକ ରାଗିଯାଇ କହୁଛନ୍ତି ଯେ ,କ’ଣ କରୁଛୁ, ତୁ ମତେ ରଗେଇ ଦେଉଛୁ।

chicken2

ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏଥିସହ ୩୭ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ଓ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ କମେଣ୍ଟ କରିଛନ୍ତି। ଏହି ଭିଡିଓକୁ @lukemil4 ନାମକ ଟିକ୍‌ଟକ୍‌ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ବ୍ୟକ୍ତି ଜଣକ ଭାବିଥିଲେ ଯେ କୁକୁଡ଼ା ଲେଗ୍‌ ପିସ୍‌କୁ ଦେଖି ଡରିଯିବ ମାତ୍ର ସେ ଏହାକୁ ଖାଇବାକୁ ଲାଗିଥିବା ଦେଖାଯାଇଛି।

Leave A Reply

Your email address will not be published.