ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଅରବିନ୍ଦ ସୁବ୍ରମଣ୍ୟନ

ନୂଆଦିଲ୍ଲୀ : ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦରୁ ଅରବିନ୍ଦ ସୁବ୍ରମଣ୍ୟନ୍‌ଙ୍କ ଇସ୍ତଫା । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସୂଚନା ଦେଇଛନ୍ତି । ଏ ନେଇ ଫେସ୍‌ବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ଅରବିନ୍ଦ ଆମେରିକା ଫେରିଯିବେ ବୋଲି ଜେଟ୍‌ଲୀ କହିଛନ୍ତି । ୨୦୧୪ ଅକ୍‌ଟୋବର ୧୬ରେ ଅରବିନ୍ଦ ସୁବ୍ରମଣ୍ୟନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ । ୩ ବର୍ଷ ପାଇଁ ସେ ନିଯୁକ୍ତି ପାଇଥିଲେ । ଅବଧି ଶେଷ ପରେ ଆଉ କିଛି ଦିନ ଅରବିନ୍ଦ ଏହି ପଦବୀରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.