ଦେଶ ବିଦେଶ

ପୁଣି ଜୋର ଧରିଲା ତୃତୀୟ ସାମ୍ମୁଖ୍ୟ ଚର୍ଚ୍ଚା, କେନ୍ଦ୍ର ବିରୋଧରେ ଏକାଠି ହେବେ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ପୁଣି ଜୋର ଧରିଲା ତୃତୀୟ ସାମ୍ମୁଖ୍ୟ ଚର୍ଚ୍ଚା। ଏକାଠି ହେବେ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବାହାରେ ଖୁବଶୀଘ୍ର ସେମାନଙ୍କ ବୈଠକ ବସିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନରେ କଥା ହେବା ପରେ ଏହି ସୂଚନା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଅଣ ବିଜେପି ରାଜ୍ୟଗୁଡ଼ିକରେ ରାଜ୍ୟପାଳଙ୍କ ଆଭିମୁଖ୍ୟ ଉପରେ ବୈଠକରେ ଆଲୋଚନା କରାଯିବ । ବିଶେଷକରି କେନ୍ଦ୍ର ବିରୋଧରେ ରଣନୀତି ପ୍ରସ୍ତୁତ କରାଯିବ ।

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକର୍‌ଙ୍କ ମଧ୍ୟରେ ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ଏହାପରେ ଅଣ ବିଜେପି ମୁଖ୍ୟମନ୍ତ୍ରୀ ଏକାଠି ହେବା ପାଇଁ ଯୋଜନା କରିଛନ୍ତି। ୟୁପି ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକ ଉଦ୍ୟମକୁ ନେଇ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା। ସେପଟେ ବିଜେଡି କହିଛି, ଜାତୀୟ ରାଜନୀତି ବେଳେବେଳେ କଡ଼ ଲେଉଟାଇଥାଏ । କେନ୍ଦ୍ରରେ ଯେଉଁ ସରକାର ଥାଏ, ତାହା ଯେତେବେଳେ ଲୋକଙ୍କୁ ଛୁଇଁ ନ ଥାଏ, ସେହି ବ୍ୟବସ୍ଥା ବିରୋଧରେ ଏକାଠି ହୋଇଥାନ୍ତି। ଏବେ ସେହି ପ୍ରକ୍ରିୟା ଆରମ୍ଭ ହେଉଛି । କିନ୍ତୁ ବିଜେଡି ସବୁବେଳେ ସମଦୂରତା ନୀତି ଅବଲମ୍ବନ କରିଆସୁଛି ବୋଲି କହିଛି ବିଜେଡି ।

 ଦେଶର ନୂଆ ସମ୍ବିଧାନ ଉପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳର ମୁଖ୍ୟଙ୍କୁ ଭେଟି ଆଲୋଚନା କରିବେ ବୋଲି ନିକଟରେ କହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଖୁବଶୀଘ୍ର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି। ନୂଆ ଭାବନା, ନୂଆ ସମ୍ବିଧାନ ପ୍ରସଙ୍ଗରେ ତାଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିବେ କେସିଆର । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟ ପରେ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ପାଇଁ ଉଦ୍ୟମକୁ ନେଇ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

2 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

15 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

16 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago