ଅଯୋଧ୍ୟା: କୌଣସି ବି ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ନାହିଁ ନିମନ୍ତ୍ରଣ; ଜାଣନ୍ତୁ କାହିଁକି?

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୪ ଜାନୁୟାରୀ ୨୨ରେ ହେବାକୁ ଥିବା ଏହି ସମାରୋହରେ କୌଣସି ବି ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯିବ ନାହିଁ।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୪ ଜାନୁୟାରୀ ୨୨ରେ ହେବାକୁ ଥିବା ଏହି ସମାରୋହରେ କୌଣସି ବି ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯିବ ନାହିଁ। ଏହାର କାରଣ ମଧ୍ୟ କୁହାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରବଳ ସଂଖ୍ୟାରେ ଶ୍ରଦ୍ଧାଳୁ ଅଯୋଧ୍ୟା ପହଞ୍ଚିବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସହ ଜଡ଼ିତ ପ୍ରୋଟୋକଲ୍‌ ପାଳନ କରିବା ସମ୍ଭବ ହେବ ନାହିଁ।

ସୁରକ୍ଷାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ପଠାଯିବ ନାହିଁ। ଆୟୋଜକ ରାଜ୍ୟ ହେତୁ କାର୍ଯ୍ୟକ୍ରମରେ କେବଳ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ସାମିଲ ହେବେ।

ସୂଚନା ମୁତାବକ, ଅଯୋଧ୍ୟାରେ ଆସନ୍ତା ଜାନୁୟାରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ଅବସରରେ ସାରା ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପଠାଯିବ। ମୋଟ ୭ ହଜାର ଲୋକଙ୍କୁ ନିମନ୍ତ୍ରଣ ପଠାଯିବ। ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ୧ ମିନିଟ୍‌ ୨୪ ସେକେଣ୍ଡରେ ସମ୍ପନ୍ନ ହେବ।

କାଶୀର ପଣ୍ଡିତମାନେ ଏହି ମୂହୂର୍ତ୍ତକୁ ସ୍ଥିର କରିଛନ୍ତି। ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ ଓ ପଣ୍ଡିତ ବିଶ୍ୱେଶ୍ୱର ଶାସ୍ତ୍ରୀ କହିଛନ୍ତି, ଜାନୁୟାରୀ ୨୨ରେ ଶୁଭ ମୁହୂର୍ତ୍ତ ଦ୍ୱିପ୍ରହର ୧୨ଟା ୨୯ ମିନିଟ୍‌ ୮ ସେକେଣ୍ଡରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ୍‌ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ।

You might also like