ପ୍ରସବ ବେଳେ ଛିଡିଗଲା ନବଜାତର ମୁଣ୍ଡ-ଗଣ୍ଡି

ଆମ ଦେଶରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ। କିନ୍ତୁ  ଯେତେବେଳେ ଡାକ୍ତରମାନେ ନିଜ କାମ ଦାୟିତ୍ୱର ସହ କରିନଥାନ୍ତି ବା ଅଣଦେଖା କରିବା ଯୋଗୁ ଯଦି କାହାର ଜୀବନ ଚାଲିଯାଏ ତେବେ ସେହି ହତ୍ୟାର ଦାୟୀ କିଏ ହେବ? ଏଭଳି ଏକ ଘଟଣା ତେଲେଙ୍ଗାନାର ନଗରକୁରନୁଲ ଜିଲ୍ଲାରେ ଦେଖିବାକୁ ମିଳିଛି। ନଗରକୁରନୁଲ ଜିଲ୍ଲାରେ ଏକ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତର ଡେଲିଭରି କରିବା ସମୟରେ ନବଜାତ ଶିଶୁଟିକୁ ଏପରି ଟାଣି ଥିଲେ ଯେ ଶିଶୁଟିର ଶରୀରରୁ ମୁଣ୍ଡ କଟିଯାଇ ହାତକୁ ଚାଲିଆସିଥିଲା ଏବଂ ଶରୀର ଗର୍ଭ ଭିତରେ ରହିଯାଇଥିଲା।

ରିପୋର୍ଟ ଅନୁଯାୟୀ ଗତ ୧୮ ଡିସେମ୍ବର ଦିନ ଏହି ଘଟଣାଟି  ଘଟିଥିବାର ସୂଚନା ମିଳିଛି। ସୂଚନା ମୁତାବକ ୨୩ ବର୍ଷର ସ୍ୱାତୀଙ୍କ ପ୍ରସବ ପୀଡା ହେବା ପରେ ତାଙ୍କୁ ଅଚାମ୍ପେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ସ୍ୱାତୀଙ୍କର ନର୍ମାଲ ଡେଲିଭରି କରାଯାଇପାରିବ ବୋଲି କହିଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ ଡ୍ୟୁଟିରେ ଥିବା ଡାକ୍ତର ସୁଧାରାଣୀ ତାଙ୍କର ଡେଲିଭରି କରିବା ପାଇଁ ଚେଷ୍ଠା କରିଥିଲେ କିନ୍ତୁ ହଠାତ୍‌ ସେଠାରୁ ସେ ପଳାଇଯାଇଥିଲେ। କିନ୍ତୁ ଏହାପରେ ଡାକ୍ତର ଆସି ମହିଳାଙ୍କ ସ୍ଥିତି ଅତ୍ୟଧିକ ଖରାପ ହେଉଥିବାରୁ ତାଙ୍କୁ ହାଇଦ୍ରାବାଦର ପେଟଲାବୁର୍ଜ ମୈଟରନିଟୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି ବୋଲି କହିଥିଲେ। କିନ୍ତୁ ଶିଶୁଟିର ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିବା କଥା ଡାକ୍ତର ପରିବାର ସଦସ୍ୟଙ୍କୁ ଜଣାଇନଥିଲେ।

ରିପୋର୍ଟ ଅନୁଯାୟୀ ମାଁ ର ଗର୍ଭରେ ଶିଶୁଟିର ଶରୀର ଫସି ରହିଥିବା ବେଳେ ନଗରକୁଲନୁଲ ଠାରୁ ୧୫୦ କିଲୋମିଟର ଦୂର ହାଇଦ୍ରାବାଦର ପେଟଲାବୁର୍ଜ ମୈଟରନିଟୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସ୍ୱାତୀଙ୍କ ଅବସ୍ଥା ଗମ୍ଭୀର ହେବାରୁ ସେଠାରେ ତାଙ୍କର ତୁରନ୍ତ ଅପରେସନ କରାଯାଇ ଗର୍ଭରେ ଅଟକି ରହିଥିବା ଶିଶୁର ଶରୀରକୁ ବାହାର କରାଯାଇଥିଲା। ସୂଚନା ଅନୁଯାୟୀ ହସ୍ପିଟାଲରେ ପରିବାର ସଦସ୍ୟଙ୍କ ଉତ୍ତେଜନା ପରେ ମହିଳା ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

7 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

16 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

51 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

58 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago