ହରିୟାଣା ଜମୁନାନଗର ରାସ୍ତା କଡରେ ବିକ୍ରି ହେଉଥିବା ଏକ ଚାଓମିନ୍ ଦୋକାନୀର ସସ୍ ଖାଇ ୩ବର୍ଷ ଶିଶୁର କଲିଜା ଜଳିଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଏହିକାରଣରୁ ଶିଶୁଟିକୁ ପାଖାପାଖି ୨ ସପ୍ତାହ ପର୍ଯ୍ଯନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା। ଶିଶୁର ପିତାଙ୍କ ବୟାନ ଅନୁଯାୟୀ, ସସ୍ ଖାଇବା ପରେ ପ୍ରଥମେ ତାକୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏପରିକି କିଛି ସସ୍ ତାଙ୍କ ହାତରେ ମଧ୍ୟ ପଡିଯାଇଥିଲା। ଫଳରେ ତାଙ୍କ ହାତ ମଧ୍ୟ ଜଳିଯାଇଥିଲା। ଶିଶୁଟିର ସ୍ବାସ୍ଥ୍ଯ ଶୋଚନୀୟ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ଏପରି ଘଟଣା ଦେଖି ଆଶ୍ଚର୍ଯ୍ଯ ହୋଇଯାଇଥିଲେ। ତେବେ ତାଙ୍କ ଅନୁଯାୟୀ କେବଳ ସସ୍ ପାଇଁ ଶିଶୁଟିର ଏପରି ଅବସ୍ଥା ହେବା ଅସମ୍ଭବ ବୋଲି କହିଥିଲେ।
କଣ ହେଲା ଶିଶୁଟିର ଅବସ୍ଥା
ସୂଚନା ଅନୁଯାୟୀ, ଚାଓମିନ୍ ସସ୍ ଖାଇବା ପରେ ଶିଶୁଟିର ଶରୀର ଜଳିବା ଆରମ୍ଭ ହୋଇଥିଲା। ଏପରିକି ତାଙ୍କର କଲିଜା ମଧ୍ୟ ଜଳିଯାଇଥିଲା। ପରିଜନ ତାକୁ ଡାକ୍ତରଖାନା ନେଇ ପହଞ୍ଚିବା ବେଳେ ତା ଶରୀର କଳା ପଡିଯାଇଥିଲା। ଏପରିକି ଶିଶୁଟିର ରକ୍ତଚାପ ମଧ୍ୟ ସଂପୂର୍ଣ୍ଣ ନିମ୍ନ ରହିଥିଲା।
ଡାକ୍ତରଙ୍କ ଅନୁଯାୟୀ, ଶିଶୁଟି ଡାକ୍ତରଖାନାରେ ପହଞ୍ଚିବା ସମୟରେ ତାହାକୁ ନିଶ୍ବାସ ନେବାରେ ଅସୁବିଧା ଅନୁଭବ ହେଉଥିଲା। ଏକ୍ସରେ ରେ ତାହାର ଦୁଇ କଲିଜା ଫାଟିଥିବା ଜଣାପଡିଥିଲା। ଶିଶୁଟିର ପିତାଙ୍କ ଅଭିଯୋଗ ଅନୁଯାୟୀ ପିଲାଟି ଚାଓମିନରେ ପଡୁଥିବା ସସ୍ ଅଧିକ ଖାଇବାରୁ ତାର ଏପରି ଅବସ୍ଥା ହୋଇଥିଲା।
ଡାକ୍ତରଙ୍କ କହିବା ମୁତାବକ, ଶିଶୁଟିର ଅସ୍ତ୍ରପଚାର କରି ସେଥିରେ ଟେଷ୍ଟ ଟ୍ଯୁବ ଭର୍ତ୍ତି କରାଯାଇଥିଲା। ଏପରିକି ଅନ୍ତ୍ରପଚାର ସମୟରେ ୩ଥର ଶିଶୁଟିର ହାର୍ଟ କାମ କରିବା ମଧ୍ୟ ବନ୍ଦ ହୋଇଯାଇଥିଲା। ଯାହା ଫଳରେ ତାକୁ ରିଭାଇବ କରିବା ପାଇଁ ଡାକ୍ତରଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା। ଶିଶୁଟି ପାଖାପାଖି ୧୬ ଦିନ ପର୍ଯ୍ଯନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ଯବସ୍ଥା ସୁଧୁରୁଛି ବୋଲି ଜଣାପଡିଛି।