ଆସାମରେ ବାଲ୍ୟ ବିବାହ ଚରମ ସ୍ଥିତିରେ : ୨୧୭୦ ଜଣ ଗିରଫ ହେଲେଣି, ୪ ହଜାରରୁ ଅଧିକ ମାମଲା ଦାୟର

ଗୌହାଟି : ଆସାମରେ ବାଲ୍ୟ ବିବାହ ମାମଲା ପୋଲିସର ମୁଣ୍ଡ ବ୍ୟଥାର କାରଣ ହେଲାଣି । ଆସାମ ପୋଲିସ ଶନିବାର ସୁଦ୍ଧା ବାଲ୍ୟ ବିବାହ ମାମଲାରେ ୨୧୭୦ ଲୋକଙ୍କୁ ଗିରଫ କଲାଣି । ଏଥିସହ ପ୍ରତିଦିନ ଏହି ମାମଲା ବଢ଼ିବାରେ ଲାଗିଛି ।

ଶୁକ୍ରବାର ସୁଦ୍ଧା ରାଜ୍ୟରେ ବାଲ୍ୟ ବିବାହ ମାମଲା ୧୮୦୦ ଥିବା ବେଳେ ମାତ୍ର ଗୋଟିଏ ଦିନରେ ୩୭୦ ମାମଲା ଦାୟର ହୋଇଥିବା ଜଣାଯାଇଛି । ଏକଥା କହିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା । ବାଲ୍ୟ ବିବାହକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରକାଶଯୋଗ୍ୟ, ଜାନୁଆରୀ ୨୩ ରେ ବାଲ୍ୟ ବିବାହ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା । ଏବେ ମାତ୍ର ୧୦ ଦିନ ମଧ୍ୟରେ ରାଜ୍ୟରେ ବାଲ୍ୟ ବିବାହ ସମ୍ପର୍କିତ ପ୍ରାୟ ୪୦୦୪ ବାଲ୍ୟ ବିବାହ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ଏହା ମଧ୍ୟରେ ବହୁ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଆସାମରେ ବାଲ୍ୟ ବିବାହ ସଂଖ୍ୟା ବାରମ୍ବାର ବୃଦ୍ଧି ପାଉଥିବାକୁ ଲକ୍ଷ୍ୟ କରି ସରକାର କଡା ପଦକ୍ଷେପ ନେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.