ଦେଶ ବିଦେଶ

ରାତିରେ ବାରମ୍ବାର ଝାଡା କରୁଥିବା କାରଣରୁ ୫ବର୍ଷୀୟ ପୁଅର ତଣ୍ଟି ଚିପି ହତ୍ୟା କଲା ସାବତ ମା, କହିଲା ଏଥିପାଇଁ ଆସୁଥିଲା ରାଗ

ଉତ୍ତରପ୍ରଦେଶର କୋୖସାମ୍ବିରେ ଏକ ଅଭବନୀୟ ଘଟଣା ଘଟିଛି । ଏଠାରେ ଜଣେ ୫ ବର୍ଷୀୟ ବାଳକ ରାତିରେ ବାରମ୍ବାର ଝାଡା କରୁଥିବା କାରଣରୁ ସାବତ ମା ତାର ତଣ୍ଟିଚିପି ହତ୍ୟା କରିଛନ୍ତି । ପୋଲିସର ତଦନ୍ତ ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ୟୁପି କୋୖସାମ୍ବିର ଗିରିୟା ଖାଲସା ଗ୍ରାମର ସୁରଜଦ୍ଦିନ ନାମକ ଜଣେ ବ୍ୟକ୍ତି ଗତ ବୁଧବାର ଦିନ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ ତାଙ୍କ ୫ବର୍ଷୀୟ ନାତିର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଏହାପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ବ୍ୟବଚ୍ଛେଦ ପରେ ରିପୋର୍ଟରୁ ଜଣାପଡିଥିଲା ଯେ ଅଣନିଶ୍ୱାସୀ ହେବା କାରଣରୁ ଉକ୍ତ ବାଳକର ମୃତ୍ୟୁ ଘଟିଛି ।

 

ଏହାପରେ ପୋଲିସ ତାର ସାବତ ମା ବିନିତା ଦେବୀଙ୍କୁ ନିଜ କଷ୍ଟିଡ଼ିରେ ନେଇ ପଚରାଉଚୁରା କରିଥିଲେ । ଯାହାଦ୍ୱାରା କିଛି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଥିଲା । ବିନୀତା ଦେବୀ ପୋଲିସକୁ କହିଥିଲେ ଯେ ୫ ବର୍ଷୀୟ ବାଳକ ଅରୁଣ ରାତିରେ ବାରମ୍ବାର ଝାଡା କରୁଥିଲା ଏବଂ ଏହି ଥଣ୍ଡା ଦିନେ ତାକୁ ସଫା କରିବା ପାଇଁ ବହୁତ ଅସୁବିଧା ହେଉଥିଲା । ଏହା ବ୍ୟତୀତ ପିଲାଟି ଲଗାତାର କାନ୍ଦୁଥିଲା ଯେଉଁଥିରେ କ୍ରୋଧିତ ହୋଇ ସେ ଅରୁଣର ତଣ୍ଟି ଚିପି ତାକୁ ହତ୍ୟା କରିଦେଇଥିଲେ ।

ଏହି ଘଟଣା ପରେ ପୋଲିସ ବିନିତା ଦେବୀଙ୍କୁ ଗିରଫ କରିଛି । ଆଖପାଖ ଲୋକଙ୍କ କହିବା ଅନୁଯାୟୀ ସାବତ ପୁଅ ହୋଇଥିବା କାରଣରୁ ବିନୀତ ଦେବୀ ସଦାବେଳେ ଅରୁଣ ଉପରେ ଇର୍ଷା କରୁଥିଲେ ଯାହାର ଶେଷ ଥିଲା ହତ୍ୟା । ସହିପାରୁନଥିବା କାରଣରୁ ନିଜ ସାବତ ପୁଅକୁ ହତ୍ୟା କରିଥିଲେ ବିନିତା କିନ୍ତୁ ଏବେ ସେ ପଶ୍ଚାତାପ କରୁଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ବିନିତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

KNews Bureau

Recent Posts

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

7 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

25 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

34 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

58 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

1 hour ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

2 hours ago