ୟୁକ୍ରେନ ରାଜଧାନୀ ଉପରେ ଋଷର ମିସାଇଲ୍ ମାଡ଼, ୩୧ ମୃତ; ୧୭୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଛି ରୁଷର ସଂହାର ଲୀଳା । ୟୁକ୍ରେନର ରାଜଧାନୀ କିଭରେ ପୁଟିନ ସେନାର ମିସାଇଲ ମାଡ଼ ହୋଇଛି । କୀଭର ୫ଟି ସ୍ଥାନରେ ହମଲା ହୋଇଛି। ଆକ୍ରମଣରେ ୩୧ ଜଣ ପ୍ରାଣ ହରାଇଥିବା ବେଳେ ୧୭୦ରୁ ଅଧିକ ଆହତ ହୋଇଛନ୍ତି । ମିସାଇଲ ମାଡ଼ରେ କିଭର ଏକ ଶିଶୁ ହସ୍ପିଟାଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନର ଏହା ସବୁଠାରୁ ବୃହତ ଶିଶୁ ହସ୍ପିଟାଲ। ତେବେ କେତେ ଶିଶୁ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଧ୍ବଂସାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଶିଶୁ ଧ୍ବଂସାବଶେଷ ତଳେ ରହିଥାଇ ପାରନ୍ତି ବୋଲି ଆଶଂକା କରାଯାଉଛି।

ଅନ୍ୟ ଏକ ବେସାମରିକ କୋଠା ଉପରେ ମିସାଇଲ ମାଡ଼ କରିଛି ପୁଟିନ ସେନା । ବିଲଡିଂ ସଂପୂର୍ଣ୍ଣ ଧ୍ବଂସ ହୋଇଛି। ଏଥିରେ ବହୁ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି। ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ହସପିଟାଲ ଉପରେ ରୁଷର ଭୟାନକ ଆକ୍ରମଣକୁ ଆନ୍ତର୍ଜାତିକ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଅନ୍ୟପଟେ କିଛିଦିନ ଶାନ୍ତ ରହିବା ପରେ ପୁଣି ଥରେ ଭୟଙ୍କର ରୂପ ଦେଖାଇଛି ଋଷ୍ ସେନା । ଚଳିତ ମାସରେ ୟୁକ୍ରେନ ଉପରେ ସବୁଠୁ ବଡ଼ ମିସାଇଲ୍ ଆକ୍ରମଣ କରିଛି। ହମଲାରେ ହାଇପର-ସୋନିକ୍ କୀଞ୍ଜଲ୍ ମିସାଇଲ୍ ବ୍ୟବହାର ହୋଇଥିବା ୟୁକ୍ରେନ ସରକାର ଅଭିଯୋଗ କରିଛନ୍ତି । ଏହିମିସାଇଲ୍ ଋଷ୍ ସବୁଠୁ ଅତ୍ୟାଧୁନିକ ମାରଣାସ୍ତ୍ର । କୀଞ୍ଜଲ ଶବ୍ଦର ଗତିଠାରୁ୧୦ ଗୁଣା ଅଧିକ ବେଗରେ ଗତି କରିଥାଏ । ଏହାକୁ ଅଟକାଇବା ମୁସ୍କିଲ୍ । ଏହି ମିସାଇଲ୍ ମାଡ଼ ପରେ କିଛି ସମୟ ପାଇଁ ଭୂମିକମ୍ପ ଭଳି ଅନୁଭୁତ ହୋଇଥିଲା

 

 

 

You might also like