ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ଲଙ୍କାଗୁଣ୍ଡ ମାଡ଼ , ସିସିଟିିଭିରେ କଏଦ୍ ଭିଜୁଆଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲଙ୍କୁ ଲଙ୍କାଗୁଣ୍ଡ ମାଡ଼ । ସବିଚାଳୟରେ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବର ବାହାରେ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ପ୍ୟାକେଟ୍‌ ପକାଇଥିଲେ ଜଣେ ଯୁବକ । ତାଙ୍କ ନାଁ ଅନୀଲ ଶର୍ମା । ତାଙ୍କ ଘର ଦିଲ୍ଲୀରେ ବୋଲି ଜଣା ପଡ଼ିଛି । ଅରବିନ୍ଦ କେଜରିଓ୍ଵାଲଙ୍କ ଆଖିରେ ଏହି ଲଙ୍କାଗୁଣ୍ଡ ବି ପଡ଼ିଛି । ଆଜି ପାଖାପାଖି ୨ଟା ୧୦ ମିନିଟରେ ଏହି ଘଟଣା ଘଟିଥିଲା ।

Arvind Kejriwalସିସିଟିିଭିରେ କଏଦ ଭିଜୁଆଲ୍‌ରୁ ଜଣା ପଡୁଛି ଜଣେ ଯୁବକ ପ୍ରଥମେ କେଜରିଓ୍ଵାଲଙ୍କ ଆଡକୁ ଆସିଥିଲେ । ତାଙ୍କ ପାଦ ଛୁଇଁ ନମସ୍କାର କରିଥିଲେ । ଏହାପରେ ତାଙ୍କ ମୁହଁକୁ ଲଙ୍କାଗୁଣ୍ଡ ପକାଇଥିଲେ । ସେତେବେଳେ ଅରବିନ୍ଦ କେଜରିଓ୍ଵାଲ ମଧ୍ୟାହ୍ନ ଭୋଜନ କରିବାକୁ ସଚିବାଳୟରେ ଥିବା ତାଙ୍କ ଚାମ୍ବରରୁ ବାହାରୁଥିଲେ । ଏହି ଘଟଣାରେ ଅଭିଯୁକ୍ତ ଅନୀଲ ଶର୍ମାଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ ପଚରାଉଚରା କରାଯାଉଛି । ସେପଟେ ଏଥିପାଇଁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଦାୟୀ କରିଛି ଆମ୍‌ ଆଦମୀ ପାର୍ଟି । ଦଳ ଅଭିଯୋଗ କରିଛି, ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.