ଛତିଶଗଡ଼ : ଫ୍ୟାକ୍ଟ୍ରିରେ ଧସିଲା ଚିମନୀ, ୨୫ରୁ ଅଧିକ ଶ୍ରମିକ ଦବିଥିବା ଆଶଙ୍କା
ଛତିଶଗଡ ମୁଙ୍ଗେଲି ସ୍ଥିତି ସରଗାଁ ନିକଟରେ ଥିବା ଏକ ଫ୍ୟାକ୍ଟ୍ରିରେ ଅଘଟଣ । କାରଖାନାରେ ଚିମନୀ ଧସିବାରୁ ଅନେକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ସୂଚନା ମୁତାବକ, ଧ୍ବଂସାବଶେଷ ତଳୁ ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପ୍ରଶାସନ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଏଠାରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ତେବେ ୨୫ରୁ ଅଧିକ ଶ୍ରମିକ ଦବିଥିବା ଆଶଙ୍କା କରାଯାଉଛି ।
ଘଟଣା ପରେ ପୋଲିସ ଏବଂ ପ୍ରଶାସନ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଧ୍ବଂସାବଶେଷ ତଳେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ଚେଷ୍ଟା ଜାରି ରହିଛି ।
ତେବେ ଲୁହାର ପାଇପ ତିଆରି କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ନିର୍ମାଣାଧୀନ କମ୍ପାନୀର ନାମ କୁସୁମ ରହିଛି ।