ଜାଣନ୍ତୁ କେମିତି ଚୀନରେ ସରକାର ବିରୋଧୀ ସ୍ୱରକୁ ଚପେଇ ଦିଆଯାଏ ?

ଇଣ୍ଟରନେଟ ମାମଲାରେ ସବୁଠୁ ଆଗରେ ଅଛି ଚୀନ । ଅର୍ଥାତ ଚୀନର ଇଣ୍ଟରନେଟ ସବୁଠୁ ଦ୍ରୁତ ବେଗରେ କାର୍ଯ୍ୟ କରେ । ଦ୍ରୁତ ବେଗରେ କାର୍ଯ୍ୟ କରେ ସିନା କିନ୍ତୁ ଏଠିକା ଅଧିବାସୀ ମାନେ ଏହାକୁ ସୁବିଧାରେ ବ୍ୟବହାର କରିପାରନ୍ତି ନାହିଁ । ଆମେରିକାସ୍ଥିତ “ଫ୍ରିଡମ ହାଉସ” ପ୍ରତି ବର୍ଷ ଇଣ୍ଟରନେଟକୁ ନେଇ ଗବେଷଣା କରିଥାଏ ଓ ସେନେଇ ରିପୋର୍ଟ ପ୍ରକାଶ କରିଥାଏ । ଆଉ ଏକ୍ଷେତ୍ରରେ ୧୦୦ରୁ ଚୀନକୁ ୧୦ ନମ୍ବର ମିଳିଥାଏ । କାରଣ ଚୀନରେ ଇଣ୍ଟରନେଟ ଉପରେ କଡା ତାଗିଦା କରାଯାଇ ଥାଏ । ଯେବେ ଇଣ୍ଟରନେଟ ସୁବିଧା ନଥିଲା ସେସମୟରେ ସେନସରସିପ ଉପରେ ଚିନରେ କଡ଼ା ତାଗିଦା ଜାରି ହୋଇଥିଲା । ଏହା ପଛରେ ବି ଏକ ବଡ଼ କାରଣ ରହିଛି । ୧୯୮୯ ରେ ଚୀନରେ ଲୋକତନ୍ତ୍ର ସମର୍ଥନରେ ଏକ ବଡ ଆନ୍ଦୋଳନ ମୁଣ୍ଡ ଟେକି ଥିଲା । ପାଖାପାଖି ୬ ସପ୍ତାହ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଵା ବେଳେ ସରକାର ସେହି ସମୟରେ “ମାର୍ଶଲ ଲ” ଜାରି କରିଥିଲେ । ରାତାରାତି ସୁରକ୍ଷାବଳ ହଜାର ହଜାର ଆନ୍ଦୋଳନକାରୀଙ୍କୁ ଗଡେଇ ଦେଇଥିଲେ । କିନ୍ତୁ ପରେ ମୃତକ ମାନଙ୍କୁ “ବିଦ୍ରୋହୀ” ର ନାମ ଦେଇ ସରକାର ମିଛ ସୂଚନା ଦେଇଥିଲେ କି ଏହି ବିଦ୍ରୋହରେ ମାତ୍ର ୨୦୦ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଦୀର୍ଘ ୨୮ ବର୍ଷ ପରେ ପୁରୁଣା ଦସ୍ତାବିଜ ମାନଙ୍କରୁ ଏହି ରାଜର ଖୁଲାସା ହୋଇଥିଲା । ଆଉ ଜଣାପଡିଥିଲାକି ସେସମୟରେ ପ୍ରକୃତରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ କଡ଼ା ହୋଇଯାଇଥିଲା ଚିନ । ସରକାର ଇଣ୍ଟରନେଟର ପ୍ରାଦୁର୍ଭାବକୁ କମେଇବା ପାଇଁ ଏହା ଉପରେ ବ୍ୟାନ ଲଗାଇ ଦେଇଥିଲେ ।

ବଡ ବଡ ଅନ୍ତରାଷ୍ଟ୍ରୀୟ ସୋସିଆଲ ମିଡ଼ିଆ ଗୁଡିକୁ ଦେଶରେ ରଦ୍ଦ କରାଯାଇଥିଲା । ଏହା ବଦଳରେ କିଛି ଦେଶୀୟ ସୋସିଆଲ ମିଡ଼ିଆକୁ ଚୀନ ମାଟିରେ ସ୍ଥାନ ଦିଆଯାଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚିନ ପରି ଏକ ଅତ୍ୟାଧୁନିକ ଦେଶରେ ଗୁଗୁଲ ଇଂଜିନ କାମ କରେ ନାହିଁ । ତେବେ ଭାବନ୍ତୁ ସୁରକ୍ଷା ନେଇ କେତେ ସତର୍କ ଚୀନ । ନିଜ ଗୁପ୍ତ ତଥ୍ୟ ସବୁକୁ ପ୍ରଘଟ ନକରିବା ପାଇଁ ଖୁବ ସତର୍କତା ଅବଲମ୍ବନ କରେ ଏହି ଦେଶ । ଆଉ ମଧ୍ୟ ସେଠାକା ସରକାରଙ୍କ ଉପରେ କିଏ ଯେମିତି ଆଁଗୁଠି ନଉଠାଇ ପାରନ୍ତି ସେନେଇ ବି ଚୀନର ଏହି ଚେଷ୍ଟା | ଇଣ୍ଟରନେଟ ବଦଳରେ ଏକ ନୂଆ ତରିକା ଆପଣେଇଛି ଚୀନ । ଚୀନର “ଗ୍ରେଟ ଫାୟରବାଲ ଅଫ ଚାଇନା”କୁ ବିଶ୍ୱର ସବୁଠୁ ଅଧିକ ଇଣ୍ଟରନେଟ ସେନସରସିପ ପ୍ରୋଗ୍ରାମ ଭାବରେ ଧରାଯାଏ । ୧୯୯୮ ପରଠାରୁ ଏହା ଚିନ ମାଟିରେ କାମ କରିଆସୁଛି । ଏହାକୁ ଗୋଲଡେନ ଶିଲ୍ଡ ପ୍ରୋଜେକ୍ଟ ଭାବରେ ବି ଧରାଯାଏ । ଏହି ସେନ୍ସରସିପ ଏତେ ଶକ୍ତ ଯେ ଏହାକୁ ଭେଦିବା ଆଦୌ ସହଜ ନୁହେଁ । ଦ ଗ୍ରେଟ ୱାଲ ନାଁ ଆଧାରରେ ହିଁ ଏହି ବ୍ୟବସ୍ଥାର ନାଁ ଗ୍ରେଟ ଫାୟର ବଲ ନାଁ ଦିଆଯାଇଛି । କହିରଖିବା ଉଚିତ ହେବଯେ, ଏହି ଫାୟରବଲ ଦୁଇଟି ଡିରେକ୍ସନରେ କାମ କରିଥାଏ । ହାବାର୍ଡ ବିଶ୍ୱବିଦ୍ୟାୟ ବି ଚିନର ଏହି ସେନ୍ସରସିପକୁ ନେଇ ଅନେକ ତର୍ଜମା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.