ଆମେରିକାକୁ ଚେତେଇଲା ଚୀନ, ୯/୧୧ ଘଟଣାର ହୋଇପାରେ ପୁନରାବୃତ୍ତି

ଚୀନର ସରକାରୀ ମିଡ଼ିଆ ହାଉସ ଆମେରିକାରେ ଖୁବଶୀଘ୍ର ଏକ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା କରିଛନ୍ତି । ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ସିଜିନଙ୍କ ଅନୁଯାୟୀ ଆମେରିକାରେ ପୁଣି ଥରେ ୯/୧୧ ଭଳି ଆତଙ୍କବାଦୀ ଆକ୍ରମଣ ହେବାର ଅନେକ ଆଶଙ୍କା ରହିଛି । ନିକଟରେ ଏହି ଘଟଣାକୁ ୨୦ ବର୍ଷ ପୁରିଥିବା ବେଳେ ସେ ଏହି କଥା କହିଛନ୍ତି । ହୁ ସିଜିନ୍ ଏହା ମଧ୍ୟ କହିଛନ୍ତିକି ୨୦୦୧ ରେ ୧୦ ଜଣ  ଆତଙ୍କବାଦୀ ୱାର୍ଲଡ଼ ଟ୍ରେଡ଼ ସେଣ୍ଟର ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ବିଶେଷ ସୂତ୍ରରୁ ଜଣାଯାଇଛି କି ବର୍ତ୍ତମାନ ସମୟରେ ଆଉ ଏକ ଆକ୍ରମଣ ନେଇ ଏହି ଆତଙ୍କବାଦୀ ଦଳ ଶକ୍ତି ସଂଚାର କରୁଛନ୍ତି । ଆଉ ଏମିତି ସମୟରେ ଚୀନକୁ ଯଦି ଆମେରିକା ଶତ୍ରୁ ବୋଲି ବିବେଚନା କରେ ତେବେ ଏହା ତାର ସବୁଠୁ ବଡ଼ ଭୁଲ ହେବ ।

କହିରଖିବା ଉଚିତ ହେବଯେ, ଗଲା କିଛି ଦିନ ଭିତରେ ଆମେରିକା ଓ ଚୀନ ଭିତରେ ସମ୍ପର୍କ ଏତେ ବିଗିଡି ଯାଇଛିଯେ ଚୀନରେ ରହୁଥିବା ଉଇଗର ମୁସଲମାନ ମାନଙ୍କୁ ନେଇ ଆମେରିକାର ସହଯୋଗୀ ରାଷ୍ଟ୍ର ମାନେ ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରୁଛନ୍ତି । ଏଭିତରେ ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଚୀନର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଝାଓ ଲିଜିୟାନ କହିଛନ୍ତିକି, ଆମେରିକା ରାଜନୈତିକ ଫାଇଦା ଆଧାରରେ ଆତଙ୍କୀ କାର୍ଯ୍ୟକଳାପକୁ ନିର୍ଦ୍ଧାରଣ କରିବା ବନ୍ଦ କରିବା ଉଚିତ ।

ସେ ଏହା ମଧ୍ୟ କହିଛନ୍ତି- ଆତଙ୍କୀ କେବଳ ମାତ୍ର ଆତଙ୍କୀ ହୋଇଥାନ୍ତି । ରାଜନୀତିକ ଫାଇଦା ଆଧାରରେ ଯଦି ସେମାନଙ୍କୁ ନିର୍ଦ୍ଧାରଣ କରିବା ଅର୍ଥ ହେଉଛି ଆତଙ୍କୀ ଗତିବିଧିକୁ ଅଣଦେଖା କରିବା । ଯାହାଦ୍ୱାରା ଅନ୍ତରାଷ୍ଟ୍ରୀୟ ସ୍ତରରେ ଆତଙ୍କୀ ବିରୋଧୀ ଲଢେଇ ଶିଥିଳ ପଡ଼ିଯାଏ । ଏହା ପୂର୍ବରୁ ହୁ ସିଜିନ୍ ଭାରତ- ଚୀନ ସୀମା ବିବାଦକୁ ନେଇ ଭାରତକୁ ଧମକ ଚମକ ଦେଇଥିଲେ । ସେ କହିଥିଲେକି ଯଦି ଭାରତୀୟ ସୈନିକ ମାନେ ପାନଗୋଙ୍ଗ ହ୍ରଦର ଦକ୍ଷିଣ ପଟରୁ ଯଥାଶୀଘ୍ର ନହଟନ୍ତି ତେବେ ଡ୍ରାଗନ ସେନା ଶୀତ ଋତୁ ପର୍ଯ୍ୟନ୍ତ ତାଙ୍କ ସହ ମୁକାବିଲା କରିବେ । ଭାରତୀୟ ସୈନିକଙ୍କ ପ୍ରତିରୋଧି କ୍ଷମତା ଖୁବ କମ । ଅତ୍ୟଧିକ ଥଣ୍ଡାରେ ସେମାନେ ଲଢ଼ି ପାରନ୍ତି ନାହିଁ ।

ଯଦି ଯୁଦ୍ଧ ହୁଏ ତେବେ ଏମାନେ ଅତି ସହଜରେ ହାରିଯିବେ । ଅଥବା କରୋନାରେ ମୃତ୍ୟୁବରଣ କରିବେ । ଏହାକୁ ନେଇ ଟ୍ୱିଟ କରିବା ପରେ ସିଜିନ୍ଙ୍କୁ ଟ୍ରଲ କରାଯାଇଛି । ଯେବେକି ତାଙ୍କ ଟ୍ୱିଟର କଡ଼ା ଶବ୍ଦରେ ଜବାବ ଦେଇଛନ୍ତି ଟ୍ୱିଟର ୟୁଜର ସାୟନ । ଭାରତ ସେନାଙ୍କ ପାରିବାପଣିଆଙ୍କୁ ନେଇ ଆଙ୍ଗୁଠି ଉଠାଇବା ଆଦୌ ଉଚିତ ନୁହେଁ । ଆମ ସେନା ସିୟାଚିନ ଭଳି ପୃଥିବୀର ସବୁଠୁ ଥଣ୍ଡା ସ୍ଥାନରେ ବି ଲଢ଼ିବାର କ୍ଷମତା ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.