ଗଲୱାନ ଘାଟିରେ ସୈନିକଙ୍କ ମୃତ୍ୟୁ ଖବରକୁ ସ୍ୱୀକାର କଲା ଚୀନ

ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା ଏଲଏସି ଠାରେ ଭାରତ ଓ ଚିନ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଧୀରେ ଧୀରେ ଥମିବାରେ ଲାଗିଛି । ଏଭିତରେ ପ୍ରଥମ ଥର ପାଇଁ ଚୀନ ସ୍ୱୀକାର କରିଛିକି ଗଲୱାନ ଘାଟିରେ ତାର କିଛି ସୈନିକ ମାନେ ସହିଦ ହୋଇଥିଲେ । ଗତ ବର୍ଷ ସୀମାରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ଚାରି ସୈନିକଙ୍କ ନାଁ ଘୋଷଣା କରିଛି ଚୀନ । ଚିନ ପକ୍ଷରୁ ଜାରି ହୋଇଥିବା ନାଁ ଭିତରେ ରହିଛି ପିଏଲଏ ଶିନଜିଆଙ୍ଗ ମିଲିଟ୍ରି କମାଣ୍ଡ ରେଜିମେଣ୍ଟାଲ କମାଣ୍ଡର କ୍ୟୁଇ ଫବାଓ, ଚେନ ହୋଁଗୁଁନ, ଜୀୟାନଂଗାଙ୍ଗ, ଜିୟୋ ସିୟୁଯାନ ଓ ବାଙ୍ଗ ଯୁଓରନ । ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ସଂଘର୍ଷରେ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଉଦ୍ଧାର କାର୍ଯ୍ୟ ସମୟରେ ନଦୀରେ ବୋହିବା ଯୋଗୁଁ ହୋଇଛି ।

କିନ୍ତୁ ଏବେ ବି ଚୀନ ଗଲୱାନ ଘାଟିରେ ପ୍ରାଣ ହରାଇଥିବା ସୈନିକଙ୍କ ସଂଖ୍ୟା ଖୁବ କମ କହୁଛି । କିଛି ଦିନ ତଳେ ନର୍ଦନ କମାଣ୍ଡର ମୁଖ୍ୟ ଲେଫନାଣ୍ଟ ଜେନେରାଲ ୱାଇକେ ଯୋଶୀ କହିଛନ୍ତିକି ଗଲୱାନ ଘଟଣା ପରେ ୫୦ ସୈନିକଙ୍କୁ ଏକ ବାହନ ଜରିଆରେ ନିଆଯାଇଥିଲା | ଅର୍ଥାତ ସେସମୟରେ ଚୀନ ପକ୍ଷର ଅନେକ ସୈନ୍ୟ ପ୍ରାଣ ହରାଇ ଥିଲେ । ଯାହାକୁ କି ମାନୁ ନାହିଁ ଚୀନ । ସେପଟେ ରୁଷ ଏଜେନ୍ସି TASS ପକ୍ଷର ୪୫ ଜଣ ଯବାନ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଥିଲା ।

କହିରଖିବା ଉଚିତ ହେବକି ଗତ ବର୍ଷ ଜୁନ ମାସରେ ଭାରତ ଓ ଚୀନ ଭିତରେ ହୋଇଥିବା ଘମାଘୋଟ ସଂଘର୍ଷରେ ଭାରତର ୨୦  ଜଣ ସହିଦ ହୋଇଥିବା ବେଳେ ଚୀନର ୪୦ ଜଣ ପ୍ରାଣ ହରାଇଥିବା ନେଇ ଖବର ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.