ବିଚଳିତ ଡ୍ରାଗନ୍‌ : ଚାଇନା ଆପ୍‌ ବନ୍ଦ ହେବା ପରେ ଭାରତର େଓ୍ଵବ୍‌ସାଇଟ୍‌ ଓ ନ୍ୟୁଜ୍‌ ଚ୍ୟାନେଲ୍‌କୁ ବନ୍ଦ କଲା ଚୀନ୍‌

ବେଜିଂ : ଭାରତ ଓ ଚୀନ୍‌ ର ସଂଘର୍ଷ ଏବେ ସୀମାରୁ ଆରମ୍ଭ ହୋଇ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ପହଞ୍ଚିଛି । ନିକଟରେ ଭାରତ ଚୀନ୍‌ର ୫୯ ଟି ଆପ୍‌ ବନ୍ଦ କରିବା ପରେ ଚୀନ୍‌ ବିଚଳିତ ହୋଇଯାଇଛି । ଏହାର ପ୍ରତି ବଦଳରେ ଚୀନ୍‌ ଭାରତର େଓ୍ଵବ୍‌ସାଇଟ୍‌ ଓ ନ୍ୟୁଜ୍‌ ଚ୍ୟାନେଲ୍‌କୁ ବନ୍ଦ କରିଛି ।

ଭାରତର ଏହି ସବୁ ଚ୍ୟାନେଲ୍‌ ଦେଖିବା ପାଇଁ ଲୋକଙ୍କୁ ପ୍ରାଇଭେଟ୍‌ ନେଟ୍‌ଓ୍ଵର୍କ ବ୍ୟବହାର କରିବାକୁ ପଡ଼ିବ । ତଥାପି ଚୀନ୍‌ରେ ଭିପିଏନ୍‌ ବ୍ଲକ ରହିଥିବାରୁ ଲୋକେ ଭାରତୀୟ ଚ୍ୟାନେଲ୍‌ ଦେଖିବାକୁ ପାଉ ନାହାଁନ୍ତି ।

ତେବେ ଆଇପି ଟିଭି ମାଧ୍ୟମରେ ଭାରତୀୟ ଚ୍ୟାନେଲ୍‌କୁ ଦେଖାଯାଇ ପାରିବ ବୋଲି ଚୀନ୍‌ର ଜଣେ କୁଟନୈତିକ ମତ ପ୍ରକାଶ କରିଛନ୍ତି । କରୋନା ସଂକ୍ରମଣରେ ଚୀନ୍‌ର ଭୁମିକା ନେଇ ଚୀନ୍‌ ଏବେ ଏକଘରିଆ ହୋଇଯାଇଥିବା ବେଳେ ଅନ୍ୟ ଦେଶ ଉପରେ ତା’ର ଅଧୀକାର ଜାହିର କରିବା ନୀତି ଚୀନ୍‌ ପାଇଁ ମହଙ୍ଗା ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.