ଟାର୍ଗେଟ ପୂରଣ ନ କଲେ ଖାଇବାକୁ ପଡିବ କଞ୍ଚାଅଣ୍ଡା, କର୍ମଚାରୀଙ୍କୁ ଅଜବ ଦଣ୍ଡ ଦେଉଛି କମ୍ପାନୀ

ଦୁନିଆର ପ୍ରତ୍ୟେକ ଦେଶରେ କାମକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ରହିଥାଏ। ଅନେକ ସ୍ଥାନରେ କାମକୁ ନେଇ ଅଜବ ନିୟମ ମଧ୍ୟ ରହିଛି। ଚୀନ ଏପରି ଏକ ଦେଶ, ଯେଉଁଠାରେ ଚାକିରି ହେଉ ଅବା କାର୍ଯ୍ୟଶୈଳୀକୁ ନେଇ ଅଦ୍ଭୁତ ନିୟମ ରହିଛି। ଯେଉଁଟି ଟାର୍ଗେଟ ପୂରଣ ନ ହେଲେ କର୍ମଚାରୀଙ୍କୁ ଦଣ୍ଡ ଦିଆଯାଏ। ନିକଟରେ ଚୀନର ଏକ କମ୍ପାନୀ କର୍ମଚାରୀଙ୍କୁ ଟାର୍ଗେଟ ପୂରଣ ନ ହେଲେ ଅଜବ ଦଣ୍ଡ ଦେଉଛି। ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ଚୀନ ଝୋଙ୍ଗଝାଓ ଟେକ୍‌ କମ୍ପାନୀର ଇଣ୍ଟର୍ନ ସୋସିଆଲ ମିଡିଆରେ ନିଜର ଅନୁଭୂତି ସେୟାର କରିଛନ୍ତି। କମ୍ପାନୀରେ ଖରାପ ପରଫମାନ୍ସ ପାଇଁ କର୍ମଚାରୀଙ୍କୁ କଞ୍ଚା ଅଣ୍ଡା ଖାଇବାକୁ ବାଧ୍ୟ କରାଯାଉଛି। ଇଣ୍ଟର୍ନ ସୋସିଆଲ ମିଡିଆରେ ଲେଖିଛନ୍ତି କି, କମ୍ପାନୀ କିଭଳି କର୍ମଚାରୀଙ୍କ ପାଇଁ ଅଦ୍ଭୁତ ନିୟମ କରିଛି। ଯଦି କୌଣସି କର୍ମଚାରୀ ସମୟ ଅନୁଯାୟୀ ନିଜର ଟାର୍ଗେଟ ପୂରଣ ନ କଳେ ତେବେ କମ୍ପାନୀ ତାଙ୍କୁ କଞ୍ଚା ଅଣ୍ଡା ଖାଇବାର ଦଣ୍ଡ ଦେଇଥାଏ।

ଯେଉଁମାନେ କଞ୍ଚାଅଣ୍ଡା ଖାଇବାକୁ ମନା କରିଦିଅନ୍ତି, ସେମାନଙ୍କ ଇଣ୍ଟର୍ନସିପ ଶେଷ କରିବାକୁ ବାଧ୍ୟ କରାଯାଏ। କେତେକଙ୍କୁ କଞ୍ଚାଅଣ୍ଡା ଖାଇବାକୁ ବାଧ୍ୟ କରାଯାଉଥିଲା, ଆଉ ଯେଉଁମାନେ ଏହାକୁ ଖାଉଥିଲେ ବାନ୍ତି କରୁଥିଲେ। କିନ୍ତୁ ଏପରି ସ୍ଥଳେ ମଧ୍ୟ ମ୍ୟାନେଜମେଣ୍ଟ ଉପରେ କୌଣସି ଫରକ ପଡିନଥିଲା। ଯଦି ଏହାକୁ ନେଇ କିଏ ପ୍ରଶ୍ନ କରନ୍ତି, ତେବେ ଏଚଆର ସିଧାସଳଖ ର୍ଦୁବ୍ୟବହାର କରୁଥିବା ଜଣାପଡିଛି।

ଚୀନ କମ୍ପାନୀ ଦ୍ୱାରା କର୍ମଚାରୀଙ୍କୁ କଞ୍ଚା ଅଣ୍ଡା ଖାଇବା ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହୋଇଥିଲା। କେତେକ ୟୁଜର୍ସ ଏହାକୁ ଅମାନବୀୟ ବୋଲି କହୁଛନ୍ତି। କଞ୍ଚା ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇଥାଏ। ତେବେ ଏହି ମାମଲାକୁ ନେଇ କମ୍ପାନୀ ମ୍ୟାନେଜମେଣ୍ଟ କହିଛି କି, କର୍ମଚାରୀ ସେଲ୍ସ ପ୍ରୋସେସ ପାଇଁ ଦାୟୀ, ଏମିତିରେ ସେମାନଙ୍କୁ ଯଦି ଉପହାର ମିଳୁଛି, ତେବେ ଦଣ୍ଡ ମଧ୍ୟ ମିଳିବା ନିଶ୍ଚିତ।

 

Also Read : ‘ମୋ ସ୍ତ୍ରୀକୁ ବାପ ଘରୁ ଫେରାଇଆଣ’, ଏମିତି ଜିଦି କରି ପ୍ରଥମେ ହାତ କାଟିଲେ ଯୁବକ, ତା’ପରେ ଟାଓ୍ଵାରରେ ଚଢି ଦେଲେ ଆତ୍ମହତ୍ୟା ଧମକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.