କ’ଣ ହେବ ଡ୍ରାଗନର ନୂଆ ଷଡଯନ୍ତ୍ର, ଲଦାଖ ନିକଟରେ ତିଆରି କରୁଛି ଲଢ଼ୁଆ ବିମାନ ପାଇଁ ଏୟାରବେସ୍‌

ନୂଆଦିଲ୍ଲୀ : ଲଦାଖ ନିକଟରେ ଚୀନ୍‌କୁ ଲାଗିଥିବା ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଗତ ବର୍ଷ ଲାଗିଥିବା ଗଣ୍ଡଗୋଳ ଥମି ନାହିଁ । ଚୀନ ସହ କୁଟନୈତିକସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲେ ବି ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିନାହିଁ । ଏବେ ବି ଦୁଇ ଦେଶ ନିଜ ନିଜ ସ୍ଥିତିରେ ସେନା ଠୁଳ କରି ରଖିଛନ୍ତି ।

ଚୀନ ତା’ର ନୀତିରେ ପରିବର୍ତ୍ତନ ଆଣି ନଥିବା ବେଳେ ଏବେ ପୁଣି ଚୀନ୍‌ର ଆଉ ଏକ ଷଡଯନ୍ତ୍ର ପଦାକୁ ଆସିଛି । ଲଦାଖ ନିକଟ ଏଲ୍‌ଏସି ନିକଟରେ ଚୀନ ଲଢ଼ୁଆ ବିମାନ ପାଇଁ ଏୟାରବେସ ତିଆରି କରିବାରେ ଲାଗିଛି । ଚୀନର ଏହି କାମ ଦ୍ରୁତ ଗତିରେ ଆଗେଇ ଚାଲିଛି ।

ଏହାଛଡ଼ା ନିକଟରେ ଭାରତୀୟ ସୀମା ନିକଟରେ ଚୀନ ବଡ଼ ଯୁଦ୍ଧାଭ୍ୟାସ କରିବାର ଦେଖିବାକୁ ମିଳିଥିଲା । ଏହି ଯୁଦ୍ଧାଭ୍ୟାସ ଉପରେ ଯଦିଓ ତୀକ୍ଷ୍ଣ ନଜର ରଖିଥିଲା ତଥାପି ଚୀନର ଷଡଯନ୍ତ୍ର କ’ଣ ହୋଇପାରେ ବୋଲି ଭାରତ ଏବେ ବି ସ୍ପଷ୍ଟ କରିପାରିନି । ତଥାପି ଭାରତ ତା’ର ସବୁ ଷଡ଼ଯନ୍ତ୍ରର ମୁହଁ ତୋଡ ଜବାବ ଦେବାକୁ ପ୍ରସ୍ତୁତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.