ଚୀନ୍‌ରେ ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ପାହାଡ଼ରେ ପିଟି ହୋଇଯାଇଥିବା ସୂଚନା

ଚୀନ୍‌ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ। ସୋମବାର ୧୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନ୍‌ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏୟାର କ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନ କୁନ୍‌ମିଙ୍ଗ୍‌ରୁ ଗୁଆଙ୍ଗ୍‌ଜୁ ଯାଉଥିଲା। ଗୁଆଙ୍ଗକ୍ସି ନିକଟରେ ପାହାଡ଼ରେ ପିଟି ହୋଇ ନିଆଁ ଲାଗିଯିବାରୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଚୀନ୍‌ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ବୋଇଂ ୭୩୭ ଏୟାରକ୍ରାଫ୍ଟ। ତେବେ ଏହି ଦୁର୍ଘଟଣାରେ କେତେ ମୃତାହତ ହୋଇଛନ୍ତି ସେ ନେଇ କୌଣସି ଖବର ସାମ୍ନାକୁ ଆସି ନାହିଁ। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି।

Also Read: ବାପାଙ୍କ ଶେଷ ଇଚ୍ଛା ପୂରଣ କଲା ଝିଅ: ପରିବାର ବିରୋଧରେ ଯାଇ କୋକେଇକୁ କାନ୍ଧ ଦେବା ସହ ଦେଲା ମୁଖାଗ୍ନି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.