ଚୀନର ହେନାନ ପ୍ରାନ୍ତ ୱିମା ସହରରେ ଏକ ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୯ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସନ୍ଧ୍ୟା ୬ଟା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଘଟଣା ପରେ ୫ ଜଣଙ୍କର ପତ୍ତା ମିଳୁ ନାହିଁ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ବିସ୍ଫୋରଣ ବହୁତ ବଡ ଥିଲା। ଏହାଦ୍ବାରା ୩ କିମି ଦୂରରେ ଥିବା ଅଟ୍ଟାଳିକାର କାଚ ଭାଙ୍ଗି ଯାଇଛି। କିଛି ସମୟ ମଧ୍ୟରେ ନିଆଁ ପୂରା ଖେଳି ଯାଇଥିଲା।
ଏହି ଗ୍ୟାସ ପ୍ଲାଣ୍ଟ ସୁରକ୍ଷା ଦୃଷ୍ଟିକୋଣରୁ ବହୁତ ଭଲ ଥିଲା। ଏହା ଚୀନ ସରକାରଙ୍କ ତରଫରୁ ଉତ୍ତମ ମାନକ ପାଇଁ ସାର୍ଟିଫାଇ କରାଯାଇଥିଲା। ଏହି ପ୍ଲାଣ୍ଟରେ ପ୍ରାୟ ୧୨୦୦ କର୍ମଚାରୀ କାମ କରୁଥିଲେ।