ନିଜ ଫାଶରେ ନିଜେ ଫସିଲା ଚୀନ,ହସ୍ପିଟାଲରେ କୋଭିଡ ରୋଗୀ ପୂର୍ଣ୍ଣ,ସପ୍ତାହରେ ୧୩ ହଜାର ମୃତ୍ୟୁ

ବେଜିଂ : ଚୀନରେ ଏବେ ନିଜ କୋଭିଡ ନୀତି ନିଜ ପାଇଁ ଚ୍ୟାଲେଞ୍ଜ ହୋଇଛି । ଚୀନ ସରକାରଙ୍କ ତ୍ରୁଟି ପୂର୍ଣ୍ଣ ନୀତି ଓ ନିଜସ୍ୱ ଉତ୍ପାଦିତ ପ୍ରଭାବହୀନ ଟିକା ଏବେ ସେଠାରେ କୋଭିଡ ରୋଗୀ ବୃଦ୍ଧିର କାରଣ ହୋଇଛି । ଜିଓ ପଲଟିକାଲ ଇନଫୋ ରିପୋର୍ଟରେ ଏହା ଦାବି କରାଯାଇଛି ।

ଚୀନ ହସିପିଟାଲରେ କୋଭିଡ ରୋଗୀଙ୍କ ଭିଡ ହେବାରେ ଲାଗିଛି । ହସପିଟାଲରେ ରୋଗୀଙ୍କୁ ରଖିବା ପାଇଁ ସ୍ଥାନର ଅଭାବ ଦଖିବାକୁ ମିଳୁଛି । ସାଂଘାଇ ଓ ବେଜିଂ ସହିତ ଅତ୍ୟଧିକ ଜନସଂଖ୍ୟା ବିିଶିଷ୍ଠ ସହରରେ ରୋଗୀଙ୍କ ବନ୍ୟା ସୃଷ୍ଟି ହୋଇଛି । ଜଣାଯାଉଛି ଚୀନରେ ଗତ ବର୍ଷ ଡିସେମ୍ବରରେ ମଧ୍ୟ କୋଭିଡ ସଂକ୍ରମଣ ପାରା ଛୁଇଁଥିଲା ।

ଚୀନ ବିନା କିଛି ଯୋଜନାରେ ନିଜ କୋଭିଡ ନୀତି ହଟାଇ ଦେଇଥିଲଶ । ଯେଉଁଠି ପାଇଁ ପ୍ରାରମ୍ବରେ କଡା ପଦକ୍ଷେପ ଉଠାଯାଇଛି । ହେଲେ କୋଭିଡ ଯେଉଁଭଳି ଭାବେ ଚୀନରେ ନାଗରିକଙ୍କୁ ସଂକ୍ରମଣ ହେବାରେ ଲାଗିଛି ତାହା ସମସ୍ତଙ୍କର ଚିନ୍ତାର କାରଣ ହୋଇଛି । ଯେଉଁଥିପାଇଁ ଏବେ ଚୀନରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଏବେ ଏହି ପ୍ରତିବନ୍ଧକ କାରଣରୁ ଚୀନର ଅର୍ଥ ବ୍ୟବସ୍ଥ । ଉପରେ ବଡ଼ ପ୍ରଭାବ ପଡିଛି । ଚୀନର ଏକ ବଡ଼ ଭାଗକୁ ବିନା ପ୍ରାକୃତିକ ପ୍ରତିରକ୍ଷାରେ ଛାଡି ଦେଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗୋଟିଏ ସପ୍ତାହରେ ରେକର୍ଡ ସଂଖ୍ୟାରେ ୧୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।

କୋଭିଡ ଟିକାକୁ ନେଇ ଚୀନରେ ଭୁଲ ନିଷ୍ପତ୍ତି ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିଥିବା ରିପୋର୍ଟରେ କୁହାଯାଇଛି । ଯାହାକି ସାଧାରଣ ଜନତାଙ୍କ ପାଇଁ ଘାତ କ ସାବ୍ୟସ୍ତ ହୋଇଛି । ପ୍ରାରମ୍ଭରେ ଚୀନ ସରକାର ଫାଇଜର ଓ ମୋଡର୍ଣ୍ଣା ଟିକାକୁ ଖାରଜ କରିଦେଇ ବଡ଼ ଭୁଲ କରିଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।

ଯେଉଁଠି କି ନିଜର ଟିକା ମାତ୍ର ୫୦ % ପ୍ରଭାବଶିଳ ବୋଲି ପରେ ଜଣାପଡିଥିଲା । ଚୀନ ସରକାରଙ୍କ ଏହି ଭୁଲ ନିଷ୍ପତ୍ତି ଯୋଗୁ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିଥିବା ଏହି ରିପୋର୍ଟରେ କୁହାଯାଇଛି । ଏବେ ବି ଚୀନରେ କୋଭିଡ ସଂକ୍ରମଣ ଚିନ୍ତାଜନକ ରହିଛି ।

Leave A Reply

Your email address will not be published.