ସୁଧୁରୁନି ଚୀନ, ଭାରତ ସୀମାରେ ନିର୍ମାଣ କରୁଛି ଗାଁ

ନୂଆଦିଲ୍ଲୀ : ସୁଧୁରୁନି ଚୀନ। ପୁଣି ଜାରି ରଖିଛି ତା’ର ସୀମା ବୃଦ୍ଧି କାର୍ଯ୍ୟକଳାପ । ପହରା ଆଢୁଆଳରେ ଭାରତ ସୀମାରେ ନିର୍ମାଣ କରୁଛି ଗାଁ। ଏଲଏସିର ପୂର୍ବାଞ୍ଚଳ ଅରୁଣାଚଳ ପ୍ରଦେଶରେ ଶହେ ଘର ଥିବା ଗାଁ ନିର୍ମାଣ କରିଛି ଚୀନ। ଏନେଇ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ବିଭିନ୍ନ ଦେଶର ସାମରିକ ଶକ୍ତିର ବିକାଶ ସଂପର୍କିତ ରିପୋର୍ଟ ପ୍ରକାଶ କରିଛି ଆମେରିକା ପ୍ରତିରକ୍ଷା ବିଭାଗ। ଚୀନ ସଂପର୍କିତ ସାମରିକ ରିପୋର୍ଟରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏଲଏସିରେ ଭାରତ- ଚୀନ ମୁହାଁମୁହିଁ ବେଳରୁ ଏହାକୁ ନିର୍ମାଣ କରିଛି ପିପୁଲ୍ସ ରିପବ୍ଲିକ ଅଫ ଚାଇନା।

ସମ୍ଭବତଃ ୨୦୨୦ ମସିହାରୁ ଏଲଏସିର ତିବ୍ଦତ ସ୍ୱୟଂଶାସିତ ଓ ଅଞ୍ଚଳ ଓ ଭାରତର ଅରୁଣାଚଳ ପ୍ରଦେଶର ମଝାମଝି ଅଞ୍ଚଳରେ ଏହାକୁ ଚୀନ ନିର୍ମାଣ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସୀମା ବିବାଦ ନେଇ ଭାରତ ଓ ଚୀନ ମଧ୍ୟରେ କୁଟନୀତିଜ୍ଞ ଓ ସାମରିକ ସ୍ତରରେ ଆଲୋଚନା ଚାଲିଥିବା ବେଳେ ଏଲଏସିରେ ଚୀନର ଏଭଳି କାର୍ଯ୍ୟ ଉତ୍ତେଜନା ବୃଦ୍ଧି କରାଉଥିବା ରିପୋର୍ଟରେ ମତ ଦିଆଯାଇଛି।

Leave A Reply

Your email address will not be published.