୩୦ରେ ବୁହାନକୁ ବିମାନ ପଠାଇବ ଭାରତ, କରୋନା ପରେ ୬ଷ୍ଠ ଥର ପାଇଁ ଏୟାର ଇଣ୍ଡିଆ ଯିବ ଚୀନ୍‌

ଯେଉଁ ଚୀନ୍‌ର ବୁହାନ ସହରରୁ ପ୍ରଥମ ଥର ପାଇଁ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ଏୟାର ଇଣ୍ଡିଆ ଅକ୍ଟୋବର ୩୦ରେ ସେଠାରୁ ନିଜ ଉଡ଼ାଣ ଭରିବାକୁ ଯାଉଛି। ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଦୂତାବାସ ତରଫରୁ କୁହାଯାଇଛି ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏକ ବିମାନ ଚଳିତମାସ ୩୦ ତାରିଖରେ ଦିଲ୍ଲୀ-ବୁହାନ ସେକ୍ଟରରୁ ସଞ୍ଚାଳିତ ହେବ।

ରିପୋର୍ଟ ମୁତାବକ ଏହା ଏୟାର ଇଣ୍ଡିଆ ତରଫରୁ ଚୀନ୍‌ ପାଇଁ ଚଳାଯାଇଥିବା ୬ଷ୍ଠ ବନ୍ଦେ ଭାରତ ଉଡ଼ାଣ। ସୂଚନାଯୋଗ୍ୟ ଯେ ବନ୍ଦେ ଭାରତ ମିଶନରେ ବିଦେଶରେ ଥିବା ଭାରତୀୟଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଯାଉଛି। ଏଥରକ ବୁହାନରୁ ବିମାନ ଯାତ୍ରା ହେବ।

ପ୍ରକାଶ ଯେ ଗତ ବର୍ଷ ପ୍ରଥମ ଥର ପାଇଁ ବୁହାନରେ କରୋନା ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଗତ ଜୁନ୍‌ ମାସରେ ଅଫିସିଆଲି ଏହି ସହରକୁ କରୋନା ମୁକ୍ତ ଘୋଷିତ କରାଯାଇଥିଲା। ଏହା ପରଠୁ ସହରରେ ଲାଗିଥିବା ସମସ୍ତ ପ୍ରତିବନ୍ଧକ ଉଠାଇ ଦିଆଯାଇଛି। କରୋନା ସଂକ୍ରମଣ ପରଠୁ ବୁହାନ ସହରରୁ ଏହା ଏୟାର ଇଣ୍ଡିଆର ପ୍ରଥମ ଉଡ଼ାଣ ହେବ।

Leave A Reply

Your email address will not be published.