ଦେଶ ବିଦେଶ

ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ…ଜାତିସଂଘରେ ବଡ଼ ବୟାନ ଦେଲେ ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲି

ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲି ବଡ଼ ବୟାନ ଦେଇଛନ୍ତି। ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନିକ୍କି ନିଜର ଦାବି ଉପସ୍ଥାପନ କରିଛନ୍ତି। ନିକଟରେ ସେ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି କି, ଚୀନ ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି।

ନିକ୍କି ଦାବି କରିଛନ୍ତି ଯେ ଚୀନ ଦଶନ୍ଧି ଧରି ଆମେରିକା ବିରୋଧରେ ଯୁଦ୍ଧ ପ୍ରସ୍ତୁତି କରୁଛି। ଏଥିପାଇଁ ଚୀନ ନିଜର ସୈନ୍ୟ ଶକ୍ତି ବଢ଼ାଉଛି। ଏହାପୂର୍ବରୁ ଆମେରିକାର ବାୟୁସେନା ଜେନେରାଲ ମାଇକ ମିନିହାନ ଓ ସାଂସଦ ମାଇକେଲ ମ୍ୟାକକାଲ ମଧ୍ୟ ସମାନ ପ୍ରସଙ୍ଗରେ ଆମେରିକା ସରକାରଙ୍କୁ ସତର୍କ କରାଇଛନ୍ତି। ଉଭୟ କହିଛନ୍ତି ଯେ ଚୀନ ଆମେରିକା ବିରୋଧରେ ଯୁଦ୍ଧ ପ୍ରସ୍ତୁତି କରୁଛି ଏବଂ ୨୦୨୫ ସୁଦ୍ଧା ଏହା ଆମେରିକା ବିରୋଧରେ ଯୁଦ୍ଧ ଲଢ଼ିପାରେ।

କହି ରଖୁଛୁ, ଆମେରିକା ଏବଂ ଚୀନ ଦୁଇ ବୃହତ୍‌ ମହାଶକ୍ତି। ପ୍ରାୟତଃ ଉଭୟଙ୍କ ମଧ୍ୟରେ ତିକ୍ତତା ସାମ୍ନାକୁ ଆସିଥାଏ। ଉଭୟେ ପରସ୍ପରର କ୍ଷତି କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଏବେ ଦକ୍ଷିଣ କାରୋଲିନାର ଦୁଇ ଥରର ଗଭର୍ଣ୍ଣର ନିକ୍କି ହେଲି ନିଜ ବୟାନରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ନିକ୍କି ଆମେରିକାର ରିପବ୍ଲିକ୍‌ ପାର୍ଟିର ସଦସ୍ୟ। ସେ କ୍ରମାଗତ ତିନିଟି ନିର୍ବାଚନରେ ଆମେରିକା ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଥିବା ତୃତୀୟ ଭାରତୀୟ-ଆମେରିକୀୟ।

Roshni

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

7 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

9 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

31 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

35 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

57 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago