କଏଦୀଙ୍କ ଶରୀରରୁ ହାର୍ଟ, କିଡ୍ନୀ କାଢ଼ି ନେଉଛି ଚୀନ! ମୃତ୍ୟୁ ପୂର୍ବରୁ ବ୍ରେନ ଡେଡ୍ କହି କରୁଛି ସର୍ଜରୀ…ରିପୋର୍ଟରେ ଖୁଲାସା

ଚୀନ ଅନେକ ମାମଲାରେ ଦୁନିଆ ନଜରକୁ ଆସି ଯାଉଛି। ପ୍ରଥମେ କରୋନା ଏବଂ ପରେ ସେଠାକାର ଲୋକଙ୍କ ସ୍ୱାଧୀନତା ଉପରେ ସରକାରଙ୍କ କଣ୍ଟ୍ରୋଲ। ଚୀନରୁ ସାମ୍ନାକୁ ଆସୁଥିବା ଅନେକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି ଯେ ଏଠି ଲୋକଙ୍କ ଜୀବନ ସରକାରଙ୍କ ହାତରେ ହିଁ ରହିଛି। ସରକାର ନିଜ ହିସାବରେ ଲୋକଙ୍କୁ ଚଲାଉଛନ୍ତି। ତେବେ ଏହାରି ଭିତରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା ହୋଇଛି। ଖବର ଏମିତି ଯେ ଚୀନରେ କଏଦୀମାନଙ୍କୁ ମୃତ୍ୟୁ ପୂର୍ବରୁ ହିଁ ମାରି ଦିଆଯାଉଛି। କାହିଁକି ନା, ମୃତ୍ୟୁ ପୂର୍ବରୁ ଏମାନଙ୍କ ଶରୀରରୁ କିଡ୍ନୀ ଓ ହାର୍ଟ କାଢ଼ି ନିଆଯାଉଛି।
କହି ରଖୁଛୁ, ୧୯୮୪ ମସିହାରେ ଚୀନରେ ଏକ ଆଇନ ପାରିତ ହୋଇଥିଲା, ଯାହା ଅନୁସାରେ, ମୃତ୍ୟୁ ବା ଫାଶିଦଣ୍ଡ ପାଇଥିବା କଏଦୀମାନଙ୍କ ମୃତ ଶରୀରରୁ ଅଙ୍ଗ କାଢ଼ି ନେବା ଆଇନଗତ କାର୍ଯ୍ୟ। କିନ୍ତୁ ଏବେ ହ୍ୟୁମାନ ରାଇଟ୍ସ ଗ୍ରୁପ୍ କହିଛି ଯେ କିଛି କଏଦୀଙ୍କ ଶରୀରରୁ ମୃତ୍ୟୁ ପୂର୍ବରୁ ହିଁ ଅଙ୍ଗ କାଢ଼ି ନିଆଯାଉଛି। ଚୀନରେ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପାଇଁ ସବୁଠୁ କମ୍ େଓ୍ଵଟିଂ ପରିୟଡ୍ ରହିଥାଏ, ଯେତେବେଳେ କି, ସେଠାରେ ଡୋନର୍ସ ବହୁତ କମ୍ ଥାଆନ୍ତି।
ବ୍ରେନ ଡେଡ୍ କହି କରାଯାଉଛି ସର୍ଜରୀ
ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭର୍ସିଟିର ମାଥ୍ୟୁ ରବର୍ଟସନ ଏକ ରିସର୍ଚ୍ଚରେ ଜାଣିବାକୁ ପାଇଛନ୍ତି, ଚୀନର କିଛି ଜେଲ୍ରେ ମୃତ୍ୟୁ ପୂର୍ବରୁ କଏଦୀମାନଙ୍କର ସର୍ଜରୀ କରାଯାଉଛି। ଅର୍ଥାତ୍ ସେମାନେ ବଞ୍ଚିଥିବା ଅବସ୍ଥାରେ ହିଁ ଜାଣିଶୁଣି ମାରି ଦିଆଯାଉଛି। ଏହି ରିପୋର୍ଟକୁ ଆମେରିକାନ ଜର୍ନାଲ ଅଫ୍ ଟ୍ରାନ୍ସପ୍ଲାଣ୍ଟେସନରେ ଛପାଯାଇଛି। ଏଥିରୁ ଜଣାପଡ଼ିଛି ଯେ କଏଦୀମାନଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇ ଅତି ଚତୁରତାର ସହ ସେମାନଙ୍କ ଶରୀରରୁ କିଡ୍ନୀ ଓ ହାର୍ଟ କାଢ଼ି ନିଆଯାଉଛି।
୨୦୧୯ରେ ହୋଇଥିଲା ଖୁଲାସା
୨୦୧୯ରେ ଇଣ୍ଟରନ୍ୟାଶନାଲ ଟ୍ରିବ୍ୟୁନାଲ ଜାଣିବାକୁ ପାଇଥିଲା ଯେ ଚୀନରେ କଏଦୀମାନଙ୍କୁ ମୃତ୍ୟୁ ପୂର୍ବରୁ ମାରି ଦିଆଯାଉଛି। ଫାଶି ନ ଦେଇ ସେମାନଙ୍କ ଶରୀରରୁ କିଡ୍ନୀ ଓ ହାର୍ଟ କାଢ଼ି ନିଆଯାଉଛି।