ଦେଶ ବିଦେଶ

ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଚୀନ କରୁଛି ଷଡ଼ଯନ୍ତ୍ର, ଚେତାବନୀ ଦେଲା ମାଇକ୍ରୋସଫ୍ଟ

AI ସାହାଯ୍ୟରେ ଲୋକମାନେ ବିଭିନ୍ନ କାମ କରୁଛନ୍ତି । ଏହା ଲୋକଙ୍କ କାମକୁ ସହଜ କରିବା ସହ ଲୋକଙ୍କର ଅନେକ କ୍ଷତି ମଧ୍ୟ କରୁଛି । AI ର ଡିପଫେକ୍‌ ଭିଡିଓ ଏତେ ସତ ଲାଗୁଛି ଯେ ଲୋକମାନେ କଣ ଠିକ୍‌ କଣ ଭୁଲ ଜାଣି ପାରୁନାହାନ୍ତି । ତେବେ ଏହି AI ସାହାଯ୍ୟରେ ଚୀନ ଆଗାମୀ ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା ଚଳାଇଛି । ମାଇକ୍ରୋସଫ୍ଟ ଚେତାବନୀ ଦେଇଛି ଯେ ଚୀନ୍ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଜେନେରେଟେଡ୍‌ କଣ୍ଟେଟ୍‌ ବ୍ୟବହାର କରି ଭାରତ, ଆମେରିକା ଏବଂ ଦକ୍ଷିଣ କୋରିଆରେ ହେବାକୁ ଥିବା ନିର୍ବାଚନକୁ ପ୍ରଭାବିତ କରିବ। ଏଭଳି କହିବାର କାରଣ ହେଉଛି ତାଇୱାନର ରାଷ୍ଟ୍ରପତି ନିର୍ବାଚନ ସମୟରେ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଚୀନ୍ AI ବ୍ୟବହାର କରିଥିଲା । ଯେଉଁଥିପାଇଁ ମାଇକ୍ରୋସଫ୍ଟ ବର୍ତ୍ତମାନ ଏଭଳି ଚେତାବନୀ ଦେଇଛି । ସୂଚନା ଥାଉ କି ଅତି କମରେ ୬୪ଟି ଦେଶରେ ରାଷ୍ଟ୍ରିୟ ନିର୍ବାଚନ ହେବାକୁ ଯାଉଛି । ତେଣୁ ଲୋକମାନଙ୍କୁ ସତର୍କ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଗତ ମାସରେ ମାଇକ୍ରୋସଫ୍ଟର କୋ- ଫାଉଣ୍ଡର ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ। ଏହି ସମୟରେ ଉଭୟ AIକୁ ନେଇ ଆଲୋଚନା କରିଥିଲେ । ମାଇକ୍ରୋସଫ୍ଟର ଥ୍ରେଟ୍‌ ଇଣ୍ଟେଲିଜେନ୍ସ ଟିମ୍‌ ଅନୁଯାୟୀ, ଚୀନର ସାଇବର ଟିମ୍‌ ଉତ୍ତର କୋରିଆ ସାହାଯ୍ୟ ନେଇ ଚଳିତ ବର୍ଷ ହେବାକୁ ଥିବା ଅନେକ ନିର୍ବାଚନକୁ ଟାର୍ଗେଟ କରିପାରେ । ମାଇକ୍ରୋସଫ୍ଟ କହିବା ଅନୁସାରେ ଚୀନ ସୋସିଆଲ ମିଡିଆ ମାଧ୍ୟମରେ AI ଜେନେରେଟେଡ୍‌ କଣ୍ଟେଟ୍‌ ବ୍ୟବହାର କରି ଜନମତକୁ ପ୍ରଭାବିତ କରିପାରିବ।

ମାଇକ୍ରୋସଫ୍ଟ ବୟାନ ଦେଇ କହିଛି ଯେ ଚଳିତ ବର୍ଷ ଭାରତ, ଦକ୍ଷିଣ କୋରିଆ ଏବଂ ଆମେରିକାରେ ପ୍ରମୁଖ ନିର୍ବାଚନ ଅନୁଷ୍ଠିତ ହେବ । ଆକଳନ ଅନୁଯାୟୀ ଚୀନ୍ ନିଜ ସ୍ୱାର୍ଥ ପାଇଁ AI ଜେନେରେଟେଡ୍‌ କଣ୍ଟେଟ ବ୍ୟବହାର କରିବ । ଯାହା ଦ୍ୱାରା ଜନମତ ପ୍ରଭାବିତ ହେବ ।

ମାଇକ୍ରୋସଫ୍ଟ କହିଛି ଯେ ତାଇୱାନର ନିର୍ବାଚନ ସମୟରେ ୧୩୭୬ ବା ସ୍ପ୍ୟାମୋଫ୍ଲେଜ୍ ନାମରେ ଜଣାଶୁଣା ଏକ ସାଇବର ଟିମ୍‌ ଆକ୍ଟିଭ୍‌ ଥିଲା । ନକଲି ଅଡିଓ ଏବଂ ମିମ୍ସ ଭଳି ଜିନିଷ ପ୍ରସ୍ତୁତ କରିବା ପାଇଁ ଏହି ଟିମ୍‌ AI ବ୍ୟବହାର କରି କଣ୍ଟେଟ୍‌ ସେୟାର କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା କିଛି ପ୍ରାର୍ଥୀଙ୍କୁ ବଦନାମ କରିବା ଏବଂ ଭୋଟରଙ୍କୁ ପ୍ରଭାବିତ କରିବା ।

AI ଟେକ୍ନୋଲୋଜି ବ୍ୟବହାର କରି ଭୁଲ୍‌ କଣ୍ଟେଟ୍‌ କ୍ରିଏଟ୍‌ କରାଯାଇପାରେ । ଏହି କଣ୍ଟେଣ୍ଟରେ ଡିପ୍‌ ଫେକ୍‌ ଭିଡିଓ ଏବଂ ମନଗଢ଼ା କାହାଣୀ ପ୍ରସ୍ତୁତ କରାଯାଇପାରିବ । ଯାହା ପୂର୍ବରୁ କେବେ ହୋଇନଥିବ ସେଭଳି ଘଟଣାକୁ ବି AI ସାହାଯ୍ୟରେ କ୍ରିଏଟ୍‌ କରିହେବ ।

ସୂଚନା ଥାଉ କି ଭାରତରେ ଲୋକସଭା ନିର୍ବାଚନ ୧୯ ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି, ଯାହାର ଫଳାଫଳ ୪ ଜୁନ୍ ରେ ଘୋଷଣା କରାଯିବ । ସାତୋଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ଆରମ୍ଭ ହେବ, ଦ୍ୱିତୀୟ ପର୍ଯ୍ୟାୟ ୨୬ ଏପ୍ରିଲରେ, ତୃତୀୟ ପର୍ଯ୍ୟାୟ ମେ ୭ ରେ, ଚତୁର୍ଥ ପର୍ଯ୍ୟାୟ ମେ ୧୩ ରେ, ପଞ୍ଚମ ପର୍ଯ୍ୟାୟ ମେ ୨୦ ରେ, ଷଷ୍ଠ ପର୍ଯ୍ୟାୟ ମେ ୨୫ ରେ ଏବଂ ଜୁନ୍ ୧ ରେ ସପ୍ତମ ପର୍ଯ୍ୟାୟ ଶେଷ ହେବ । ମିଥ୍ୟା ତଥ୍ୟ ଏବଂ ଭୁଲ ତଥ୍ୟକୁ ତୁରନ୍ତ ଚିହ୍ନଟ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ ଜାରି କରିସାରିଛନ୍ତି ।

Subhalaxmi Das

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 min ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

3 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

21 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

46 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

50 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

52 mins ago