ଭାରତ ମଧ୍ୟକୁ ଅବାନ୍ତର ପ୍ରବେଶ କରୁଛି ଚୀନ, ସୀମାରେ ଗଢି ସାରିଲାଣି ଗାଁ

ବାରମ୍ବାର ଆଲୋଚନା ପରେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ଥିବା ସୀମାବିବାଦରେ ସେପରି କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ । ନିଜ ପୁରୁଣା ପ୍ରକୃତି ଛାଡ଼ିନାହିଁ ଚୀନ । ଏମିତିକି ଭାରତର ଉତ୍ତର-ପୂର୍ବ ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଏକାଧିକ ଗାଁ ସ୍ଥାପନ କରିସାରିଲାଣି ଏହି ଦେଶ । ଏଯାବତ ସେଠି ୧୦୧ଟି ଘର ସ୍ଥାପନ କରି ସାରିଲାଣି ଚୀନ । ନିକଟରେ ଜାରି ହୋଇଥିବା ସ୍ୟାଟେଲାଇଟ ଫଟୋ ଜରିଆରେ ହିଁ ଏହି ଘଟଣା ବାବଦରେ ଜଣାଯାଇଛି । ୨୦୨୦ ନଭେମ୍ବର ୧ରେ ଏହି ଫଟୋ ଗୁଡିକୁ କେତେକ ଏକ୍ସପର୍ଟଙ୍କୁ ଦେଖା ଯାଇଥିଲା । ଭାରତୀୟ ସୀମା ଠାରୁ ପ୍ରାୟ ସାଢେ ଚାରି କିଲୋମିଟର ଦୂରତାରେ ହିଁ ଏହାକୁ ନିର୍ମାଣ କରାଯାଇଥିବା ଜଣାଯାଇଛି । ଭାରତୀୟ ସେନାଙ୍କ ଚିନ୍ତାକୁ ଏହା ବଢ଼ାଇ ଦେଇଛି ।

india- china conflict

Tsari Chu ନଦୀ କୂଳରେ ହିଁ ଏହି ଗାଁ ନିର୍ମାଣ କରାଯାଇଥିବା ବେଳେ ଅରୁଣାଚାଲ ପ୍ରଦେଶର ସୁବନହିରି ଜିଲ୍ଲା ଅଧୀନରେ ଏହି ଅଂଚଳ ଆସୁଥିବା ଜଣାଯାଇଛି । ଦୀର୍ଘ ସମୟରୁ ଏହାକୁ ନେଇ ଦୁଇ ଦେଶ ସୈନ୍ୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ୨୦୧୯ ଅଗଷ୍ଟ ମାସରେ ଏହି ଅଂଚଳ ସମ୍ପୂର୍ଣ୍ଣ ଖାଲି ଥିବାବେଳେ ୨୦୨୦ ନଭେମ୍ବରରେ କିନ୍ତୁ ସେଠାରେ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଅର୍ଥାତ ଖୁବ କମ ସମୟ ଭିତରେ ଏପରି ଏକ ଷଡଯନ୍ତ୍ର କରିଛି ଏହି ଦେଶ । ସେପଟେ ଭାରତୀୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛିକି, ଗତ କିଛି ଦିନ ହେବ ଭାରତ ମଧ୍ୟ ସେହି ସ୍ଥାନରେ ବିକାଶନମୁଖି କାର୍ଯ୍ୟ କରି ଆସୁଛି ।

ଏହା ବ୍ୟତୀତ ସେହି ସ୍ଥାନରେ ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ବି କରାଯାଉଛି । ହିମାଳୟର ପୂର୍ବ ଭାଗରେ ନିର୍ମାଣ କରାଯଇଛି ଏହି ଗାଁ । ଗୋଟେ ପଟରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଚୀନର ଏପରି ଦୁଃସାହସିକ ପଦକ୍ଷେପ ବିସ୍ମିତ କରିଛି । କହିରଖିବା ଉଚିତ ହେବକି ଦୁଇ ଦେଶ ସେନା ମଧ୍ୟରେ ଗତ ବର୍ଷ ଜୁନ ମାସରେ ଘମାଘୋଟ ଲଢେଇ ହୋଇଥିବା ବେଳେ ଏଥିରେ ଭାରତ ପକ୍ଷର ୨୦ ଜଣ ସୈନ୍ୟ ଶହୀଦ ହୋଇଥିବା ବେଳେ ଚିନର ୪୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.