ତାଇୱାନ୍‌-ଆମେରିକା ସଂପର୍କକୁ ନେଇ ଚୀନର ନାଲି ଆଖି, ସମୁଦ୍ରରେ ସମରାଭ୍ୟାସ କରିଛି ଡ୍ରାଗନ୍‌ ସେନା

କେନ୍ୟୁଜ୍(ବ୍ୟୁରେ):ତାଇୱାନ୍‌-ଆମେରିକା ସଂପର୍କକୁ ନେଇ ପୁଣି ନାଲି ଆଖି ଦେଖାଇଲା ଚୀନ । ତାଇୱାନ ଚାରିପାଖ ସମୁଦ୍ରରେ ସମରାଭ୍ୟାସ କରିଛି ଡ୍ରାଗନ୍‌ । ଡ୍ରିଲ ବେଳେ ଚୀନ ବହୁ ବାଲିଷ୍ଟିକ୍‌ ମିଶାଇଲ୍‌ ମାଡ଼ କରିଛି ବୋଲି କହିଛି ତାଇଓ୍ଵାନର ପ୍ରତିରକ୍ଷା ମନ୍ତ୍ରାଳୟ । ଚୀନର ଏପରି ପଦକ୍ଷେପ ଆଞ୍ଚଳିକ ଶାନ୍ତିକୁ ବିପଦରେ ପକାଉଥିବା କହିଛି ତାଇଓ୍ଵାନ ।

ସେପଟେ ଚୀନ୍‌ର ଏହି ମିଶାଇଲ ମାଡ଼କୁ ସ୍ପଷ୍ଟ କରିଛି ପିପଲ୍ସ ଲିବରେସନ୍‌ ଆର୍ମି । ସେପଟେ ତାଇଓ୍ଵାନ ସୀମାକୁ ଲାଗିଥିବା ଫୁଜନ ପ୍ରବେଶରେ ଚୀନର ମିଲିଟାରୀ ଟ୍ୟାଙ୍କ ପଇଁତରା ମାରୁଛି । ଆମେରିକା ବି ଯୁଦ୍ଧ ଆଶଙ୍କା କରି ପୂର୍ବ ତାଇଓ୍ଵାନରେ ୪ଟି ଯୁଦ୍ଧପୋତ ମୁତୟନ କରିଛି ।

Leave A Reply

Your email address will not be published.