କରୋନା ନ ଯାଉଣୁ ଚୀନ୍‌ରୁ ଆସିଲା ଆଉ ଏକ ଭାଇରସ୍‌ ‘ବ୍ରୁସିଲେସିସ୍‌’, ପଶୁଙ୍କଠୁ ସଂକ୍ରମିତ ହେଲେଣି ୬୦୦୦ ଲୋକ

ଥମିବାର ନାଁ ଧରୁନି ଚୀନ୍‌ରୁ ଭାଇରସ୍‌ ସଂକ୍ରମଣ। ପ୍ରଥମେ ଚୀନ୍‌ରୁ ଆସିଥିବା କରୋନା ଭାଇରସ୍‌ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଏବେ ଆଉ ଏକ ନୂଆ ଭାଇରସ୍‌ ଚୀନ୍‌ରେ ଦେଖାଯାଇଛି। ଏହି ନୂଆ ଭାଇରସ୍‌ର ନାଁ ହେଉଛି ‘ବ୍ରୁସିଲେସିସ୍‌ ଭାଇରସ୍‌’। ଏହି ନୂଆ ଭାଇରସ୍‌ ଯୋଗୁ ପାଖାପାଖି ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି। ଭୂତାଣୁ ସଂକ୍ରମଣ ଭୟରେ ଚୀନ୍‌ ସରକାର ଇତିମଧ୍ୟରେ ପ୍ରାୟ ୫୫ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଇସାରିଲେଣି। ଏହି ଭାଇରସ୍‌ ମାତ୍ର ୨ ମାସ ଭିତରେ ଦୁଇଗୁଣ ଲୋକଙ୍କୁ ସଂକ୍ରମିତ କରିସାରିଲାଣି।

ଚୀନ୍‌ର ଗାଁସୁ ପ୍ରାନ୍ତରର ରାଜଧାନୀ ଲାଞ୍ଚୋର ସ୍ୱାସ୍ଥ୍ୟ ବିଭାଗ ପ୍ରଥମେ ଏହି ଭୂତାଣୁ ବ୍ୟାପିବା ନେଇ ସୂଚନା ଦେଇଥିଲା। ବ୍ରୁସିଲେସିସ୍‌ ଭାଇରସ୍‌କୁ ‘ମାଲ୍ଟାଫିବର’ ମଧ୍ୟ କୁହାଯାଉଛି। ଏହା ଏକ ପ୍ରକାରର ଜୁନୋଟିକ୍‌ ବ୍ୟାକ୍ଟେରିଆ ସଂକ୍ରମଣ ବୋଲି ମଧ୍ୟ କୁହାଯାଉଛି।

ଏମିତି ସଂକ୍ରମଣ ହୁଏ ବ୍ରୁସିଲେସିସ୍‌ ଭାଇରସ୍‌:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ଏହି ଭାଇରସ୍‌ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପେ। ଏଥିସହ କ୍ଷୀରଜାତୀୟ ଦ୍ରବ୍ୟ କିମ୍ବା ବାୟୁମାଧ୍ୟମରେ ମଧ୍ୟ ଏହା ସଂକ୍ରମିତ ହୋଇଥାଏ। ଏକ ବାୟୋଫାର୍ମାସ୍କ୍ୟୁଟିକଲ କମ୍ପାନୀରୁ ନିର୍ଗତ ଦୂଷିତ ବାୟୁରୁ ଏହି ଭାଇରସ୍‌ ବ୍ୟାପିଥିବା ଜଣାଯାଇଛି।

virus

ବ୍ରୁସିଲେସିସ୍‌ ଭାଇରସ୍‌ର ଲକ୍ଷଣ:

ଜ୍ୱର ଓ ମୁଣ୍ଡବ୍ୟଥା
ମାଂସପେଶୀରେ ଯନ୍ତ୍ରଣା
ଥକ୍କାପଣ
ଦୁର୍ବଳ ଅନୁଭବ କରିବା
ଗଣ୍ଠିବ୍ୟଥା

ବ୍ରୁସିଲେସିସ୍‌ ଭାଇରସ୍‌ରୁ ଏମିତି ରକ୍ଷା ପାଇବେ:

ସଂକ୍ରମିତ ପଶୁଙ୍କ କ୍ଷୀର ସେବନ କରନ୍ତୁ ନାହିଁ। ପଶୁ ସଂସ୍ପର୍ଶରେ ଆସିବା ପରେ ହାତକୁ ସାନିଟାଇଜ୍‌ କରନ୍ତୁ କିମ୍ବା ସାବୁନ୍‌ରେ ଭଲ ଭାବେ ଧୁଅନ୍ତୁ। ଘରକୁ ନୂଆ ପଶୁ ଆଣୁଥିଲେ ପ୍ରଥମେ ବ୍ରୁସିଲେସିସ୍‌ ଟେଷ୍ଟ କରନ୍ତୁ। ପଶୁଙ୍କ ଠାରୁ ଶାରୀରିକ ଦୂରତା ରକ୍ଷା କରନ୍ତୁ ଓ ସଂକ୍ରମଣରୁ ମୁକ୍ତି ପାଆନ୍ତୁ।

ଏଠାରେ କହି ରଖୁଛୁ ଯେ କରୋନା ଭାଇରସ୍‌ ପାଇଁ ଆପଣ ଯେଭଳି ସଚେତନ ଅଛନ୍ତି ଓ ଯେଉଁ ସବୁ ନିୟମ ପାଳନ କରୁଛନ୍ତି ତାହା ପାଳନ କରି ଆପଣ ବ୍ରୁସିଲେସିସ୍‌ଠାରୁ ମଧ୍ୟ ରକ୍ଷା ପାଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.