ସୀମାରେ ଉତ୍ତେଜନା ପରେ ଏବେ ଭାରତର ବ୍ୟାଙ୍କିଂ ସିଷ୍ଟମ୍‌ ନେଟ୍‌ଓ୍ଵାର୍କ ଉପରେ ସାଇବର ଆଟାକ୍‌ କରିବାକୁ ଯୋଜନା ଚଳାଇଛି ଚୀନ୍‌

ଲଦାଖର ଗଲବାନ୍‌ ଘାଟୀରେ ହୋଇଥିବା ଗଣ୍ଡଗୋଳ ମାଧ୍ୟମରେ ଭାରତକୁ ଆକ୍ରମଣ କରିଥିବା ଚୀନ୍‌ ଉପରେ ଏବେ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଚୀନ୍‌ର ସୈନିକମାନେ ପାହାଡ଼ ଉପରେ ଭାରତୀୟ ଯବାନଙ୍କୁ ଲୁହା ରଡ଼ରେ କଣ୍ଟାଳିଆ ତାର ବାନ୍ଧି ଯେଉଁଭଳି ଭାବେ ମାଡ଼ ମାରିଥିଲେ ଓ ପଥର ବର୍ଷା କରିଥିଲେ ସେଥିରେ ଦେଶର ୨୦ରୁ ଊର୍ଦ୍ଧ୍ୱ ବୀର ଯବାନ ସହିଦ ହୋଇଛନ୍ତି। ତେବେ ସୀମାରେ ଭାରତ ସହ ଲଢ଼ୁଥିବା ଚୀନ୍‌ ଏବେ ଭାରତକୁ ସାଇବର ଆଟାକ୍‌ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।

Chinese hacking group Naikon reportedly spying on Asia governments

ଭାରତୀୟ ଗୁଇନ୍ଦା ବିଭାଗ ତରଫରୁ ଜାରି କରାଯାଇଥିବା ସୂଚନାନୁସାରେ ଭାରତକୁ ହଇରାଣ କରିବାକୁ ଚୀନ୍‌ ଏବେ ଲାଗିପଡ଼ିଛି। ଏଣୁ ଭାରତ ସରକାରଙ୍କ ସୂଚନା ସହ ଜଡ଼ିତ ଥିବା ୱେବସାଇଟ୍‌ ଉପରେ ସାଇବର ଆକ୍ରମଣ କରୁଛି। କେବଳ ଏତିକି ନୁହେଁ ଭାରତର ବ୍ୟାଙ୍କିଂ ସିଷ୍ଟମ୍‌ ଓ ପେମେଣ୍ଟ ସର୍ଭିସ୍‌ ଉପରେ ମଧ୍ୟ ଚୀନ୍‌ ନଜର ପକାଇଥିବା ଗୁଇନ୍ଦା ସଂସ୍ଥା ତରଫରୁ କୁହାଯାଇଛି। ଗୁଇନ୍ଦା ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଏଟିଏମ୍‌କୁ ହ୍ୟାକ୍‌ କରିବାକୁ ମଧ୍ୟ ଚୀନ୍‌ ଯୋଜନା କରୁଛି। ଯଦି ଚୀନର ଏହି ଯୋଜନା ସଫଳ ହୁଏ ତେବେ ଭାରତ ପାଇଁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହେବ।

U.S. decides against publicly blaming China for data hack - The ...

ସୂଚନା ମୁତାବକ, ଏବେ ଯାଏଁ ଭାରତ ଉପରେ ହୋଇଥିବା ଏକାଧିକ ସାଇବର ଆଟାକ୍‌ର କେନ୍ଦ୍ରସ୍ଥଳ ଚୀନ୍‌ର ଚେଙ୍ଗଦୁ ସହର ବୋଲି ଟ୍ରେସ୍‌ କରାଯାଇଛି। ଚୀନ୍‌ର ସିଚୁଆଡ଼୍‍ର ରାଜଧାନୀ ହେଉଛି ଚେଙ୍ଗଦୁ। ଏହାକୁ ପୁପଲ୍ସ ଲିବରେସନ୍‌ ଆର୍ମିର ସାଇବର ଭେରିଫାୟାର ସହ ଜଡ଼ିତ ୟୁନିଟ୍‌ର ହେଡକ୍ୱାଟର ବୋଲି କୁହାଯାଏ। ଏହି ସହରରୁ ସବୁଠୁ ଅଧିକ ଥର ସାଇବର ଆଟାକ୍‌ ହୋଇଥିବା ଜଣାଯାଇଛି। ଏହି ସହରରେ ସବୁଠାରୁ ଅଧିକ ହ୍ୟାକର ଗ୍ରୁପ କାମ କରିଥାନ୍ତି । ସାଧାରଣତଃ ଭାରତ ଉପରେ ସବୁଠାରୁ ଅଧିକ ସାଇବର ଆଟାକ୍‌ ପାକିସ୍ତାନ, ମଧ୍ୟ ୟୁରୋପ ଓ ଆମେରିକାର ହ୍ୟାକରମାନେ କରିଥାନ୍ତି। ଏବେ ଏହି ତାଲିକାରେ ଚୀନ୍‌ ବି ଯୋଡ଼ି ହୋଇଛି। ଏଣୁ ଭାରତକୁ ଏବେ ଚୀନ୍‌ ଠାରୁ ଉଭୟ ସ୍ଥଳ ଭାଗରେ ଓ ସାଇବର ଆଡ଼ୁ ମଧ୍ୟ ସତର୍କ ରହିବା ଉଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.