ଯେକୌଣସି ମୁହୂର୍ତ୍ତରେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ଚୀନ ରାଷ୍ଟ୍ରପତି

ନିଜ ସୈନ୍ୟବାହିନୀକୁ କୌଣସି ବି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଏହାବାଦ ସଶସ୍ତ୍ର ବାହିନୀଙ୍କୁ ଯୁଦ୍ଧ ପରିସ୍ଥିତି ଭଳି ଅଭ୍ୟାସ ଜାରି ରଖିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି । ଯେତେ ଦୂର ସମ୍ଭବ ନିଜ ସ୍ଥିତି ମଜବୁତ କରାଇ ନେବାକୁ କହିଛନ୍ତି । ଏକ ସମାଚାର ଏଜେନ୍ସି ଅନୁଯାୟୀ, ବର୍ଷ ୨୦୨୧ ପାଇଁ କେନ୍ଦ୍ରୀୟ ସୈନ୍ୟ ଆୟୋଗ ଦ୍ୱାରା ଅନୁଷ୍ଠିତ ହୋଇଥିବା ବୈଠକରେ ସି ଜିନପିଙ୍ଗ ଏପରି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଅଭ୍ୟାସ କରିବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗୁଡିକ ସଂଖ୍ୟା ବଢାଇବା ନେଇ ଆଦେଶ ଦେଇଛନ୍ତି ସି ଜିନପିଙ୍ଗ ।

କହି ରଖିବା ଉଚିତ ହେବକି, ଗତବର୍ଷ ଜୁନରେ ଉଭୟ ଦେଶର ସୀମାରେ ଅବସ୍ଥିତ ଗଳବାନ ଘାଟିରେ ଦୁଇ ଦେଶ ସୈନିକଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିବା ବେଳେ ୪୦ ଜଣ ଚିନ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଦୁଇ ଦେଶର ସୀମା ମଧ୍ୟରେ ଗତ ୯ ମାସ ହେବ ସଂଘର୍ଷମୟ ପରିସ୍ଥିତି ଲାଗି ରହିଛି । ସେବେଠାରୁ ଏକ ପ୍ରକାର ତାତି କି ଅଛି ଚୀନ ପକ୍ଷ | କହିରଖିବା ଉଚିତ ହେବକି, ଆସନ୍ତା ଜୁଲାଇରେ ପିଏଲଏ ବା ୧୦୦ ବର୍ଷ ପୂରଣ କରିବାକୁ ଯାଉଛି ।

ଏପଟେ ସୀମାରେ ଭାରତୀୟ ସେନା ପୂର୍ଣ୍ଣ ପ୍ରସ୍ତୁତିରେ ଅଛନ୍ତି । କୌଣସି ପରିସ୍ଥିତିର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି । ଭାରତ ସହ ମୁକାବିଲାକୁ ଦୃଷ୍ଟିରେ ରଖି ଚିନ ପକ୍ଷ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଓ ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପଣ ହେଉଥିବା ମିଶାଇଲ ଅନେକ ବିପୁଳ ମାତ୍ରାରେ କିଣି ସାରିଛନ୍ତି । ଏପଟେ ଭାରତ ପକ୍ଷରୁ ବି ଟି-90, ଟି-72, ତୋପ ଏକାଠି କରିବା ସମେତ ଅନ୍ୟ ସୈନିକଙ୍କୁ ସୀମାର ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ନିୟୋଜିତ କରାଯାଇଛି ।

 

You might also like