ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ବେଜିଂରେ ଗୃହବନ୍ଦୀ ! ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା

ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ବେଜିଂରେ ଗୃହବନ୍ଦୀ ଥିବା ନେଇ ଚାଲିଛି ଚର୍ଚ୍ଚା। ସୋସିଆଲ ମିଡିଆରେ ଏଭଳି ଖବର ପ୍ରଚାରିତ ହେବା ପରେ ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଜ ଘରେ ସେ ଗୃହବନ୍ଦୀ ଥିବା ଓ କୌଣସି ବରିଷ୍ଠ ଅଧିକାରୀଙ୍କୁ ଭେଟୁନଥିବା କୁହାଯାଉଛି। କୋଭିଡର ଦୁଇବର୍ଷ ପରେ ପ୍ରଥମ ଥର ପାଇଁ ସେ ଉଜବେକିସ୍ତାନ ଗସ୍ତ କରିଥିଲେ। ସେପ୍ଟେମ୍ବର ୧୪ରେ ଶେଷ ଥର ସମରକନ୍ଦରେ ସାଂଘାଇ କର୍ପୋରେସନ୍ ଅର୍ଗାନାଇଜେସନ୍ ବୈଠକରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଏସସିଓ ବୈଠକରେ ଜିନପିଙ୍ଗର ସେଭଳି କାର୍ଯ୍ୟକଳାପ ଦେଖିବାକୁ ମିଳିନଥିଲା। ଉଦଘାଟନୀ ଉତ୍ସବରେ ଅଭିଭାଷଣ ରଖି ନଥିଲେ ଜିନପିଙ୍ଗ । ରୁଷ୍ ରାଷ୍ଟ୍ରପତି ପୁଟିନ୍ କିମ୍ବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଭେଟି ନଥିଲେ । ଏସସିଓ ବୈଠକ ସରିବା କ୍ଷଣି ବେଜିଂ ଫେରି ଯାଇଥିଲେ ଚୀନ ରାଷ୍ଟ୍ରପତି । ଜିନପିଙ୍ଗ ଭୟଭୀତ ଓ ଚିନ୍ତିତ ଥିବା କୁହାଯାଉଛି । କରୋନା ଭାଇରସ ପରେ ବେଜିଂ ଦ୍ୱିତୀୟ ଥର ପାଇଁ ବ଼ଡ଼ ସରପ୍ରାଇଜ ଦେବାକୁ ଯାଉଥିବା ସୋସିଆଲ ମିଡିଆରେ ଆଲୋଚନା ଚାଲିଛି। ଅନୁମାନ କରାଯାଉଛି, ଚୀନରେ କ୍ଷମତାଚ୍ୟୁତ ହୋଇପାରନ୍ତି ଜିନ୍ପିଙ୍ଗ ।

ବେଜିଂରେ ସାମରିକ ଶାସନ ଲାଗୁ ହୋଇଥିବା କୁହାଯାଉଛି। ପୂର୍ବତନ ଚୀନ ରାଷ୍ଟ୍ରପତି ହୁ ଜିଣ୍ଟାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ୱେନ ଜିଆବାଓ ବେଜିଂରେ ଚୀନସେନାର ଏକ ଅଂଶ ସେଣ୍ଟ୍ରାଲ ଗାର୍ଡ ବ୍ୟୁରୋକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଖବର ମିଳିଛି। ସେପ୍ଟେମ୍ବର ୧୬ତାରିଖରେ ସତ୍ୟତା ଜାଣିବା ପରେ ଯେତେବେଳେ ଜିନ୍ପିଙ୍ଗ ଉଜବେକିସ୍ତାନରୁ ବେଜିଂ ଫେରିଥିଲେ ତାଙ୍କୁ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ପରେ ଜିନ୍ପିଙ୍ଗଙ୍କୁ ବେଜିଂର ଝୋଙ୍ଗନାହ୍ନାଇ ବାସଭବନରେ ଗୃହବନ୍ଦୀ କରାଯାଇଥିବା କୁହାଯାଉଛି। ଏହି ଖବର ଜଣାପଡ଼ିବା ପରେ ଗତ ୨ଦିନରେ ବେଜିଂରୁ ୬ହଜାର ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ରଦ୍ଦ ହୋଇଛି। ସମସ୍ତ ହାଇସ୍ପିଡ ରେଳସେବାକୁ ବନ୍ଦ ରଖାଯାଇଛି।

Leave A Reply

Your email address will not be published.