ଦୋସ୍ତ ବନଗୟା ଦୁସମନ, ପାକକୁ ଆର୍ଥିକ ସହାୟତା ଦେବାକୁ ମନା କଲା ଚୀନ୍‌

ଇସଲାମାବାଦ: ଦୋସ୍ତ ବନଗୟା ଦୁସମନ। ସବୁକ୍ଷେତ୍ରରେ ପାକିସ୍ତାନର ସାଥ ଦେଉଥିବା ବନ୍ଧୁ ଚୀନ୍‌ ବର୍ତ୍ତମାନ ହାତ ଛାଡ଼ି ଦେଇଛି। ଆର୍ଥିକ ସହାୟତା କରିବାକୁ ଚୀନ୍‌ ଇଚ୍ଛା ପ୍ରକାଶ କରୁନଥିବା ଜଣାଯାଇଛି। ପାକିସ୍ତାନର ଆର୍ଥିକ ସ୍ଥିତି ଲଗାତାର ଖରାପ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଲାଗିଛି ବଡ଼ ଝଟକା। ଚୀନ୍‌ ସବୁବେଳେ ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ବର୍ତ୍ତମାନ ପାକିସ୍ତାନ ପାଖରୁ ମୁହଁ ଫେରାଇ ନେଇଛି।

ରିପୋର୍ଟ ମୁତାବକ, ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ର ଜୁଲାଇ-ଅଗଷ୍ଟ ମାସରେ ଚୀନ୍‌ ଠାରୁ ପୁଞ୍ଜି ନିବେଶ ହ୍ରାସ ଘଟିଛି। ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ତଥା ବୈଦେଶିକ ନିବେଶ ୨୦୧୮ ମସିହାରେ ୧୯.୭୯ କୋଟି ଡଲାର ଥିବା ବେଳେ ତାହା ଚଳିତ ବର୍ଷ ୫୭.୮ପ୍ରତିଶତ ହ୍ରାସ ପାଇ ୮.୩୪କୋଟି ଡଲାରକୁ ଖସିଆସିଛି। ଚୀନ୍‌ ଚଳିତ ଜୁଲାଇ-ଅଗଷ୍ଟ ମସିହାରେ କେବଳ ୨.୮୯ ଡଲାରର ପୁଞ୍ଜି ନିବେଶ କରିଛି। ଚୀନ୍‌ ୨୦୧୮ରେ ୨୧.୬କୋଟି ଡଲାର ନିବେଶ କରିଥିଲା। ୱାଲ୍ଟ ବ୍ୟାଙ୍କ ସହାୟତା ପୂର୍ବରୁ ପାକିସ୍ତାନକୁ ଆର୍ଥିକ ସଂକଟରୁ ମୁକ୍ତ ହେବା ପାଇଁ ମାର୍ଚ୍ଚ ମାସରେ ଚୀନ୍‌ ୨ଆରବ ଡଲାରର ଋଣ ପ୍ରଦାନ କରିଥିଲା। ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।