ଚୀନ୍‌କୁ ପୁଣି ଫେରିଲା କରୋନା: ୧୬୯ ନୂଆ କରୋନା ମାମଲା, ୫ମ ସପ୍ତାହରେ ଏହା ସବୁଠୁ ଅଧିକ ମାମଲା

କିଛି ଦିନ ଧରି ଚୀନ୍‌ରେ କରୋନା ସଂକ୍ରମିତଙ୍କ ବିଷୟରେ ବିଶେଷ ବଡ଼ ଖବର ନଥିଲା । ଅଶା କରାଯାଉଥିଲା ଚୀନ୍‌ କରୋନା ଉପରେ କିଛି ମାତ୍ରାରେ ବିଜୟ ଲାଭ କରିଛି । ହେଲେ ସୋମବାର ଚୀନ୍‌ରେ ପୁଣି ୧୬୯ ନୂଆ ସଂକ୍ରମଣ ମାମଲା ନଜରକୁ ଆସିଛି । ନୂଆ ମାମଲା ଦେଖା ଯିବା ଏବେ ଚୀନ୍‌ ପାଇଁ ଚିନ୍ତାର କାରଣ ହୋଇଛି ।

ସେଥିରୁ ୬୧ ଜଣଙ୍କର ଲକ୍ଷଣ କୋଭିଡ-୧୯ର ବୋଲି ଜଣାପଡ଼ିଛି । ତେବେ ୯୮ଟି ମାମଲା କେବଳ ବାହାର ଦେଶରୁ ଆସିଥିବା ଚୀନ୍‌ ସରକାର କହିଛି । ଚୀନ୍‌ରେ ଦ୍ୱତୀୟ ଥର ପାଇଁ କରୋନା ମାମଲା ଦେଖା ଯିବା ଏବେ ଚୀନ୍‌ ପାଇଁ ଚିନ୍ତାର କାରଣ ହୋଇଛି ।

ସୋମବାର ସୁଦ୍ଧା ଚୀନ୍‌ରେ କରୋନା ଯୋଗୁ ୩୩୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୨୦୦୦ ଆକ୍ରାନ୍ତ ହୋଇଥିବା ଚୀନ୍‌ ସରକାର ଘୋଷଣା କରିଛନ୍ତି । ଏହି ସମୟରେ ଆମେରିକାରେ ସର୍ବାଧିକ ୫ ଲକ୍ଷ ୬୦ ହଜାର ସଂକ୍ରମିତ ମାମଲା ଥିବା ବେଳେ ୨୨ ହଜାର ମୃତ୍ୟୁ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.