କରୋନା ମହାମାରୀ ଉତ୍ପତ୍ତିସ୍ଥଳରେ ଏମିତି କ’ଣ ରହିଛି ? ଯାହାକୁ ନେଇ ଏବେ ବି ଚୀନ ଭୟଭୀତ

କ’ଣ ଲୁଚାଉଛି ଚୀନ । କରୋନା ମହାମାରୀ ଉତ୍ପତ୍ତିସ୍ଥଳରେ ଏମିତି କ’ଣ ରହିଛି ? ଯାହାକୁ ନେଇ ଏବେ ବି ଚୀନ ଭୟଭୀତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଟିମ୍କୁ ଚୀନ ଭିତରକୁ ପ୍ରବେଶ ଉପରେ କଟକଣା ଲଗାଇଛି । ରୋକ୍ ଲଗାଇବା ପରେ ସାରା ବିଶ୍ୱରେ ଏହି ଚର୍ଚ୍ଚା ଜୋର୍ ଧରିଛି । WHOର ପ୍ରବେଶ ଉପରେ କଟକଣା ଲଗାଇଛି ବେଜିଂ । କରୋନାର ଉତ୍ପତ୍ତି ସ୍ଥଳ ବାବଦରେ ଉହାନ୍ ଯିବାକୁ ଥିବା WHO ବିଶେଷଜ୍ଞ ଟିମ୍ ଉପରେ ରୋକ ଲଗାଇଛି ଚୀନ । ଅନ୍ତିମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳୀକୁ ଯିବା ଉପରେ ରୋକ୍ ଲଗାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ।
ସେ କହିଛନ୍ତି ତଦନ୍ତ ବାବଦରେ ଚାଇନା ସହ କଥାବାର୍ତ୍ତା ପରେ ୧୦ ଜଣିଆ ଟିମ୍ ବେଜିଂ ଗସ୍ତ କରିଥିଲା । ହେଲେ ଅନ୍ତିମ ସମୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳୀକୁ ନ ଛାଡିବା ଠିକ୍ ନୁହେଁ । ଏଥିପାଇଁ WHO ଅସନ୍ତୋଷ ପ୍ରକାଶ କରିଛି । ଏମିତିକି ଟିମ୍ର ଦୁଇ ଜଣ କିଛି ସଦସ୍ୟ ଉହାନ ବାହାରିଥିବା ବେଳେ ଅନ୍ୟ ମାନଙ୍କୁ ଭିସା ଦେଇନାହିଁ । ୨୦୧୯ ଡିସେମ୍ବରରେ ବେଜିଂ ଉହାନ ସହରରୁ ପ୍ରଥମେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲା । ଏହାପରେ ଚାଇନାରୁ ଅନ୍ୟଦେଶକୁ ଘାତକ ଭାଇରସ ବ୍ୟାପିଥିଲା ।