ଅରୁଣାଚଳ ପ୍ରଦେଶରୁ ଅପହୃତ ହୋଇଥିବା ୫ ଯୁବକଙ୍କୁ ଫେରାଇଲା ଚୀନ

ଅରୁଣାଚଳ ପ୍ରଦେଶରୁ ଅପହୃତ ହୋଇଥିବା ପାଞ୍ଚ ଜଣ ଯୁବକଙ୍କୁ ପିପୁଲ୍ସ ଲିବରେସନ ଆର୍ମି ବା (ପିଏଲଏ) ଶନିବାର ଭାରତୀୟ ସେନାଙ୍କୁ ଫେରାଇ ଦେଇଛି । ଚୀନ ସେନା ସମସ୍ତ ଔପଚାରିକତା ପୂରଣ କରିବା ପରେ ଆଜି ଅରୁଣାଚଳ ପ୍ରଦେଶର କିବିଥୁ ଠାରେ ଏହି ଯୁବକ ମାନଙ୍କୁ ଫେରାଇ ଦିଆଯାଇଛି । କିନ୍ତୁ ସୀମା ପାର ହେବା ପରେ ଦେଶରେ ଲାଗୁ ରହିଥିବା କୋଭିଢ଼ କଟକଣା ଅନୁଯାୟୀ ଏମାନଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନରେ ରହିବାକୁ ହେବ। ଏହା ପରେ ହିଁ ସେମାନଙ୍କୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରି ଦିଆଯିବ । ଏବାବଦରେ ତେଜପୁର ଡିଫେନ୍ସ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ପିଏଲଏ ତରଫରୁ କୁହାଯାଇଛିକି, ସେପ୍ଟେମ୍ବର ୪ ତାରିଖରେ ଅପର ଭାରତ-ଚିନ ସୀମା ସୁବନସିରି ଜିଲ୍ଲାରୁ ଅପହୃତ ହୋଇଥିବା ଯୁବକ ମାନେ ଠାବ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଏବାବଦରେ ଟ୍ୱିଟ କରି ସୂଚନା ଦେଇଥିଲେ । ତାଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୨ ଅର୍ଥାତ ଆଜି କୌଣସି ସମୟରେ ଏକ ନିର୍ଦ୍ଦିଷ୍ଟ ସମୟରେ ତାଙ୍କୁ ଫେରାଇ ଦିଆଯିବା ନେଇ ସ୍ଥିର ହୋଇଥିଲା ।

You might also like