ଚୀନ: ଟ୍ରକ ସହ ଧକ୍କା ହେଲା ବସ, ଦୁର୍ଘଟଣାରେ ୩୬ ମୃତ ୩୬ ଗୁରୁତର

ଆଜି ସକାଳୁ ଚୀନରେ ଏକ ବଡ଼ ଦୁର୍ଘଟଣା ଧରଣର ଘଟିଛି। ଏଥିରେ ୩୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ୩୬ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ବସଟି ଏକ ଟ୍ରକ ସହ ପିଟି ହୋଇଯିବା ଫଳରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବସଟି ଟ୍ରକ୍କୁ ଧକ୍କା ଦେବା ସମୟରେ ସେଥିରେ ମୋଟ ୬୯ ଜଣ ଯାତ୍ରୀ ଥିଲେ । ସ୍ଥାନୀୟ ସରକାରୀ ରିପୋର୍ଟ ଅନୁଯାୟୀ ବସ ଓ ଟ୍ରକ ମଧ୍ୟରେ ବହୁତ ଗଭୀର ଭାବେ ଓ ଭୟଙ୍କର ଧକ୍କା ହୋଇଥିଲା । ତଦନ୍ତରୁ ଜଣା ପଡିଛି ଯେ ବସରେ ଥିବା ଟାୟାର କାରଣରୁ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ ଚାଇନାରେ ଟ୍ରାଫିକ ନିୟମକୁ ଠିକ୍ ଭାବେ ପାଳନ କରୁନଥିବାରୁ ଏହିପରି ଅନେକ ଦୁର୍ଘଟଣା ଘଟୁଅଛି । ଏକ ଆକଳନ ଅନୁଯାୟୀ ୨୦୧୫ ମସିହାରେ ଚାଇନାରେ ୫୮୦୦୦ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।