ଚୀନ୍‌ରେ ସଂହାରଲୀଳା ଆରମ୍ଭ କଲାଣି କରୋନା, ସାଂଘାଇ ସହରରେ ପ୍ରଥମ ଥର ପାଇଁ ୩ ଜଣଙ୍କ ମୃତ୍ୟୁ

ଚୀନ୍‌ରେ କରୋନା ମହାମାରୀର ଆତଙ୍କ ଲଗାତାର ଜାରି ରହିଛି। କୋଭିଡ୍‌-୧୯ର ନୂଆ ଲହର ଯୋଗୁ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସାଂଘାଇରେ ପ୍ରଥମ ଥର ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସହରର ଜରେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ସଂକ୍ରମଣ ପରେ ହସ୍ପିଟାଲ ଯିବା ପରେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ସୁସ୍ଥ କରିବାକୁ ସବୁ ପ୍ରୟାସ ବିଫଳ ହୋଇଛି। ଫଳରେ ୩ ଜଣ ଯାକଙ୍କର ମୃତ୍ୟୁ ଘଟିଛି।


ରିପୋର୍ଟ ମୁତାବକ, ରବିବାର ଦିନ କରୋନା ସଂକ୍ରମିତ ହୋଇଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ବ୍ୟାପୁଥିବା ଲହରରେ ଏବେ ପ୍ରଥମ ଥର ପାଇଁ ସାଂଘାଇରେ କରୋନାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସାଂଘାଇରେ ଏପ୍ରିଲ ୧୭ରେ କରୋନାର ୧୯,୮୩୧ ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଏହା ପୂର୍ବରୁ ଶନିବାର ଅର୍ଥାତ୍‌ ଏପ୍ରିଲ ୧୬ରେ ୨୧,୫୮୨ ମାମଲା ଆସିଛି।

ଚୀନ୍‌ରେ ଏବେ ଜିରୋ କୋଭିଡ୍‌ ପଲିସି ଲାଗୁ ହୋଇଛି। ସାଂଘାଇ ସମେତ କେତେକ ସହରରେ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ କୋଟି କୋଟି ଲୋକ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। କେବଳ ସାଂଘାଇରେ ମୋଟ୍‌ ୨.୫ କୋଟି ଲୋକ ଘରେ ବନ୍ଦୀ ଅଛନ୍ତି। ନୂଆ ଲହର ପରେ ସାଂଘାଇରେ ପ୍ରଥମ ଥର ପାଇଁ କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହା ଏବେ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି।

Also Read: ଦେଶ ପାଇଁ ରୌପ୍ୟ ପଦକ ଜିତିଲେ ଆର.ମାଧବନଙ୍କ ପୁଅ ବେଦାନ୍ତ, ବଢ଼ାଇଲେ ଭାରତର ସମ୍ମାନ

Leave A Reply

Your email address will not be published.