ଆତଙ୍କୀ ପାକିସ୍ତାନକୁ ବଦମାସ ଚୀନର ସମର୍ଥନ, ଆତଙ୍କବାଦୀ ହମଲା ପରେ ପାକିସ୍ତାନ ସମର୍ଥନରେ ବାହାରିଛି ଚୀନ

ଆତଙ୍କୀ ପାକିସ୍ତାନକୁ ବଦମାସ ଚୀନର ସମର୍ଥନ । ସଂଯମ ରଖିବାକୁ ଡ୍ରାଗନର ଆହ୍ବାନ। ଚୀନ ରାଷ୍ଟ୍ରଦୂତଙ୍କ ସହ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଗୁପ୍ତ ମନ୍ତ୍ରଣା ପରେ ଚୀନର ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା । ଭାରତ ଆକ୍ରୋଶରୁ ବର୍ତ୍ତିବା ପାଇଁ ପୁରୁଣା ବନ୍ଧୁ ଚୀନର ଦ୍ୱାରସ୍ଥ ହୋଇଛି ପାକିସ୍ତାନ ।
ଚୀନ ରାଷ୍ଟ୍ରଦୂତ ଜିଆଙ୍କ ଜେଡଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ଗତକାଲି ଆଲୋଚନା କରିଥିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ମହମ୍ମଦ ଇସାକ୍ ଡର । ଏହାପରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡରଙ୍କ ସହ ଫୋନରେ କଥା ହୋଇଛନ୍ତି ।
ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ନେଇ ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ପାକ ବୈଦେଶିକ ମନ୍ତ୍ରୀ । ଆତଙ୍କୀ ହମଲାର ନିରପେକ୍ଷ ତଦନ୍ତ ପାଇଁ ଇସଲାମାବାଦର ଦାବିରେ ସ୍ବର ମିଳାଇଛି ବେଜିଂ । ନିଜର ସାର୍ବଭୌମତ୍ବ ରକ୍ଷା ପାଇଁ ପାକିସ୍ତାନର ପଦକ୍ଷେପକୁ ଚୀନ ସମର୍ଥନ କରିଛି ।
ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଘଟଣା ଉପରେ ନଜର ରଖାଯାଇଛି । ବେଜିଂ ଆଶା ରଖିଛି, ଉଭୟ ଭାରତ ଓ ପାକିସ୍ତାନ ସଂଯମ ରକ୍ଷା କରିବେ । ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଦୁଇ ଦେଶ ପଦକ୍ଷେପ ନେବେ ।
Also read: ପହଲଗାମକୁ ଫେରିଲେଣି ପର୍ଯ୍ୟଟକ, ପ୍ରାକୃତିକ ଶୋଭାରାଜିର ମଜା ନେଉଛନ୍ତି ଦେଶୀ ଓ ବିଦେଶୀ ପର୍ଯ୍ୟଟକ