ଭାରତକୁ ମାଡି ଆସୁଛି ଚୀନ, ଏଲଏସିରେ ଦେଖାଉଛି ଦାଦାଗିରୀ

ସୀମା ବିବାଦକୁ ନେଇ ଚୀନ ଓ ଭାରତ ମଧ୍ୟରେ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସୂତ୍ର ଅନୁଯାୟୀ ଲଦାଖର ପୟୋଗଙ୍ଗ ହ୍ରଦ ଓ ଗଲବା ନଦୀ ଘାଟି ସମେତ ତିନୋଟି ସ୍ଥାନରେ ଚୀନ ତରଫରୁ ୩୦୦ ସୈନିକ ମୁତୟନ ନେଇ ଦାବି କରିବା ପରେ ଭାରତ ବି ନିଜ ଅତିରିକ୍ତ ସୈନିକମାନଙ୍କୁ ସେଠାରେ ମୁତୟନ କରିଛି । ଗୁଇନ୍ଦା ତଥ୍ୟ ଓ ଉପଗ୍ରହମାନଙ୍କ ସନ୍ଧାନରୁ ଜଣା ଯାଇଛି ଯେ, ଗଲବା ନଦୀ ନିକଟରେ ସୈନିକଙ୍କୁ ନବା ଆଣିବା କରିବା ଓ ଜିନିଷ ପତ୍ର ବୋହିବା ପାଇଁ ନୂଆ ରାସ୍ତା ତିଆରି କରିବା ଆରମ୍ଭ କରିଛି ଚୀନ । ଯେବେକି, ଦୌଲତ ବଗି ସେକ୍ଟର ଠାରେ ୮୧ ବ୍ରିଗେଡ ଅଧିକାରୀ ଓ ସେମାନଙ୍କ ଚୀନ ସମକକ୍ଷଙ୍କ ମଧ୍ୟରେ ଜରୁରୀ ବୈଠକ ମଧ୍ୟ ବସୁଛି ।

india

ଦୁଇ ପକ୍ଷର ସ୍ଥାନୀୟ ସୈନ୍ୟ କମାଣ୍ଡରଙ୍କ ଭିତରେ ଏଯାବତ ପାଞ୍ଚଟି ବୈଠକ ବସି ସାରିଥିଲେ ମଧ୍ୟ କୌଣସି ପ୍ରକାର ସମାଧାନ ବାହାରି ପାରି ନାହିଁ । ବିଶେଷ ସୂତ୍ର ଅନୁଯାୟୀ, ଚୀନ ସୈନ୍ୟ ଏଲଏଏସିରେ ତିନୋଟି ସ୍ଥାନରେ ଅଧିକ ଭିତରକୁ ପଶିବାରେ ପାର କରିସାରିଲେଣି । ଏମଧ୍ୟରୁ ପ୍ରତ୍ୟକଟି ସ୍ଥାନରେ ୮୦୦ ରୁ ୧୦୦୦ ଚିନି ସୈନିକ ମୁତୟନ ଅଛନ୍ତି । କହିରଖିବା ଉଚିତ ହେବକି ଭାରତ ଓ ଚୀନ ମଧ୍ୟବର୍ତ୍ତୀ ସୀମାକୁ ଏଲଏସି କୁହାଯାଏ । ଆଉ ଏକ ବିଶେଷ ସୂତ୍ର ଅନୁଯାୟୀ, ଗତ ଦୁଇ ସପ୍ତାହ ଭିତରେ ପ୍ରତିପକ୍ଷଙ୍କ ତରଫରୁ ୧୦୦ ରୁ ଅଧିକ ତମ୍ବୁ ଟଣାଯାଇଛି । ଖାଲି ଏତିକିରେ ଚୁପ ବସିନି ଚୀନ । ବଙ୍କର ତିଆରି କରୁଥିବା ମେସିନ ଗୁଡିକୁ ଆଣିବା ଆରମ୍ଭ କରିଦେଇଛି ।

ଅନ୍ୟ ପକ୍ଷରେ ଭାରତୀୟ ସେନା ବି ଗଲବା ହ୍ରଦ ଓ ଘାଟି କ୍ଷେତ୍ର ସ୍ଥାନରେ ନିର୍ମାଣାଧୀନ କାମ ଆରମ୍ଭ କରି ଦେଇଛନ୍ତି । ଅବଶ୍ୟ ଭାରତୀୟ ସୈନ୍ୟକଙ୍କ ସ୍ଥିତି ଭଲ ଥିବା ଜଣାଯାଇଛି । ଗତ ଏକ ସପ୍ତାହ ଭିତରେ ଚୀନ ସୈନିକଙ୍କ ତରଫରୁ ଭାରତୀୟ ସୈନିକଙ୍କ ଉପରେ ଅନେକ ଥର ଆକ୍ରମଣ ମଧ୍ୟ ହୋଇଛି । ଏହି ସୀମା ବିବାଦ କାରଣରୁ ଭାରତୀୟ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରବନେ ମଧ୍ୟ ଲଦାଖରେ ପହଂଚିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ସେନା ଏନେଇ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତଥ୍ୟ ଦେଇଛି । ଏହା ସହ ପାଗୋଙ୍ଗ ଲେକ ଠାରେ ଘଟିଥିବା ପୁରା ଘଟଣା କ୍ରମ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରାଯାଇଛି । ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଏହି ବୁଧବାର ଦିନ ସ୍ଥିତି ଅଧିକ ସଂଗୀନ ହୋଇଥିଲା । ଉଭୟ ପକ୍ଷର ଧସ୍ତାଧସ୍ତି ଭିତରେ ଭାରତୀୟ ଯବାନଙ୍କୁ ଅଟକ ରଖିବା  ସହ  ହାତ ହତିଆର ବି ଛଡ଼ାଇ ନେଇଥିଲେ  । କିନ୍ତୁ ପରେ ସେସବୁ ସମେତ ଯବାନଙ୍କୁ ଫେରେଇ ଦିଆ ଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.